ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ, ସ୍ପଷ୍ଟୀକରଣ ଦେଲା ଓପିଏସ୍‌ସି

Top Storise ରାଜ୍ୟ

ଭୁବନେଶ୍ୱର: ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ଓଡ଼ିଶା ଲୋକସେବା ଆୟୋଗ’(ଓପିଏସସି)। ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଓପିଏସ୍‌ସି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜରି ପ୍ରେସ୍‌ରିଲିଜ୍‌ରେ କୁହାଯାଇଛି, ଓପିଏସ୍‌ସି ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟ୍‌ବଫ୍‌ ପ୍ରକାଶ ପାଇବ। ଉତ୍ତର, କଟ୍‌ଅଫ୍‌ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡ଼ାନ୍ତ ରେଜଲ୍ଟ ପରେ ଆସିବ। କେତେକ ପିଲା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ଓ ମିଥ୍ୟା। ଅନୁପସ୍ଥିତ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ, ମିଥ୍ୟା।ପ୍ରାର୍ଥୀ ଚୟନରେ OPSC ସ୍ୱଚ୍ଛ ଓ ନିରପେକ୍ଷ ଭୂମିକା ଗ୍ରହଣ କରିଥାଏ ବୋଲି ଓପିଏସ୍‌ସି ଦର୍ଶାଇଛି।

ସୂଚନାରୁ ପ୍ରକାଶ, ଗତ ଅଗଷ୍ଟରେ ଓପିଏସ୍‌ସି କର୍ତ୍ତୃପକ୍ଷ ୭୯୬ଟି ଏଏସଓ ପଦବୀ ପାଇଁ ଲିଖିତ ପରୀକ୍ଷା କରିଥିଲେ। ଗତ ସୋମବାର ଏହାର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ମୋଟ୍‌ ୧୧୦୪ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ନଭେମ୍ବର ୧୪ରୁ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ଓ ୨୭ରେ କମ୍ପ୍ୟୁଟର ସ୍କିଲ୍‌ ଟେଷ୍ଟ ଦେବାକୁ ଓପିଏସସି ପକ୍ଷରୁ କୁହାଯାଇଥିଲା। ମାତ୍ର ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ହଜାର ହଜାର ପରୀକ୍ଷାର୍ଥୀ ନିଜର ଅସନ୍ତୋଷ ବ୍ୟକ୍ତ କରି କେଉଁ ଆଧାରରେ ସେମାନଙ୍କୁ ବାଦ୍ ଦିଆଯାଇଛି, ତାହା ଜାଣିବାକୁ ଦାବି କରିଛନ୍ତି। ଏଏସଓ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ଭୁବନେଶ୍ୱରରେ ଓପିଏସସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତର ସିଟ୍ ସାର୍ବଜନୀନ କରିବା ପାଇଁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *