୨୩ ଯାଏ ପୋଲିସ ହେପାଜତରେ ରାଜ୍‌

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରକାଶନ ମାମଲାରେ ବଲିଉଡ ଅଭିନେତୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିୟାନ ଥରପ୍‌ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ପଠାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଜୁଲାଇ ୨୩ ପର୍ଯ୍ୟନ୍ତ ରାଜ୍‌ଙ୍କୁ ପୋଲିସ ହେପାଜତକୁ ପଠାଯାଇଥିବା ସୂଚନା ମିଳିଛି।

ଆଜି ରାଜ କୁନ୍ଦ୍ରା ଏବଂ ଜଣେ ରିଆନ୍ ତରପଙ୍କୁ ମୁମ୍ବାଇର ଏସପ୍ଲାନେଡ୍ କୋର୍ଟକୁ ଅଣାଯିବା ପରେ ପୋଲିସ ହେପାଜତକୁ ପଠାଯାଇଛି।

ଇଣ୍ଟରନେଟ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରକାଶନ ମାମଲାରେ ୪୫ ବର୍ଷିୟ ରାଜ କୁନ୍ଦ୍ରାଙ୍କୁ ପୋଲିସ ସୋମବାର ବିଳମ୍ବିତ ରାତିରେ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *