Slipped, got up and slipped again; people were completely confused.

ଖସିଲା, ଉଠିଲା ପୁଣି ଖସିଲା; ଲୋକେ ପୁରା ଛାନିଆ

Top Storise ଦେଶ- ବିଦେଶ ବାଣିଜ୍ୟ ସମ୍ପାଦକୀୟ

ବ୍ୟୁରୋ : ଗତ ସୋମବାର ସେୟାର ବଜାର ସଭିଙ୍କ ମୁଣ୍ଡରେ ବଜ୍ରପାତ କରିଥିଲା। କେହି କେହି ତ ବଜାର୍ ଛାଡି ନୀରବ ବସିଗଲେ। ଆଉ କେହି କେହି ଭୟରେ ବିଦାୟ ବି ନେଇଗଲେ। ଏହାର ଏକମାତ୍ର କାରଣ ବିଦେଶୀ କମ୍ପାନୀ ଭାରତରୁ ପୁଞ୍ଜି ଫେରାଇ ନେଉଥିବା ବେଳେ ଅନ୍ୟପଟେ ନୂଆ ଚାଇନା ଭାଇରସ୍ HMPV ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏହାକୁ ନେଇ ବିଚଳିତ ନ ହେବାକୁ ମତ ରଖିଛନ୍ତି ସେବି (SEBI) ସ୍ବୀକୃତି ପ୍ରାପ୍ତ ନିବେଶକ ଏସ୍ ପ୍ରସାଦ ରାଓ। ଶ୍ରୀ ରାଓଙ୍କ କହିବା ମୁତାବକ ଏହି ଘଟଣା ଏଥର ପ୍ରଥମ ଘଟଣା ନୁହଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଅନେକ ଥର ଦେଖିବାକୁ ମିଳିଛି। ବଜାର ଯେତେବେଳ ଉପରକୁ ଯାଏ ଧୀରେ ଧୀରେ ଯାଏ ମାତ୍ର ଯେବେ ତଳକୁ ଖସେ ହଠାତ୍ ଖସେ। ଯେମିତି ଗତକାଲି ମାର୍କେଟ ନିମ୍ନଗାମୀ ଥିବା ବେଳେ ଆଜି କିଛି ମାତ୍ରାରେ ଭଲ ରେଜଲ୍ଟ ଦେଇଛି।

ଅନେକ ଲୋକ ଭାବୁଛନ୍ତି ଏହି ପତନ ସବୁଠାରୁ ବଡ ପତନ। କିନ୍ତୁ କୋଭିଡ୍ ସମୟରେ ଏହାଠାରୁ ଅଧିକ ପତନ ହେଇଥିଲା। ହେଲେ ପ୍ରଥମ ଥର ଅଳ୍ପ ମାରାତ୍ମକ ହୋଇ ଅଧିକ୍ ନିମ୍ନଗାମୀ ହେଇଥିଲେ ସୁଦ୍ଧା ଦ୍ବିତୀୟ ଥର କୋଭିଡର ଭୟାବହତା ଅଧିକ ଥାଇ ମଧ୍ୟ ସେତେ ମାତ୍ରାରେ ପ୍ରଭାବିତ ହୋଇନଥିଲା ସେୟାର ବଜାର୍। ସେହିପରି ଏବେ ନୂଆ ଭାଇରସ୍ କୁ ନେଇ ଭୟ ନଥିଲେ ସୁଦ୍ଧା କିଛି ଭୟ କରିଯାଇଛନ୍ତି। ମାତ୍ର ପୂର୍ବ ଅପେକ୍ଷା ଏହା ସ୍ଥିର ରହିବ। ସେତେ ବଡ ନିମ୍ନଗାମୀ ହେବ ନାହିଁ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଦେଶରେ ମହଙ୍ଗା ସଭିଙ୍କ ଉପରେ ଭାରି ପଡ଼ିଛି। ତେଲ ଠାରୁ ଲୁଣ, ଚାଉଳ ଠାରୁ ଚୂନା ସବୁ ଦର ହୁ ହୁ ହୋଇ ବଢିବା ବି ଏହାର ଆଉ ଏକ ବଡ଼ କାରଣ। ରୁଣର ସୁଧହାର ଗତ 10 ବର୍ଷ ମଧ୍ୟରେ ସର୍ବାଧିକ ରହିଛି। ଯାହା 6.50%। ଏହା ଫଳରେ ବିଭିନ୍ନ କମ୍ପାନୀର ରୋଜଗାର ଉପରେ ସିଧାସଳଖ ପ୍ରଭାବ ପକାଉଛି। ଡୋଲାର ବିପକ୍ଷରେ ଭାରତୀୟ ମୁଦ୍ରାର ଦୁର୍ବଳତା ବିଦେଶୀ ପୁଞ୍ଜି ନିବେଶକାରୀଙ୍କର ଟଙ୍କା ଉଠାଇନେବାର ଏକ ବଡ କାରଣ। ଶେଷ ଟ୍ରେଡିଂ ସେସନରେ 4 ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଫରେନର ମାନେ କାଢି ନେଇଥିଲେ। ଉଲେଖନୀୟ ଘଟଣା ନୂଆ ଭାଇରସର ଭୟ ଠାରୁ ମଧ୍ୟ ଅଧିକ ବିପଦପୂର୍ଣ୍ଣ। କିନ୍ତୁ ଅନ୍ୟ ପକ୍ଷର ସୁନା ରୂପା ଦାମରେ ସ୍ଥିରତା ଦେଖାଦେବା ଏବଂ ତମ୍ବା ଦର ବୃଦ୍ଧି ହେବା ମାର୍କେଟରେ ସ୍ଥିରତା ଓ ଲୋକଙ୍କର ଖର୍ଚ୍ଚ କରିବାର କ୍ଷମତାକୁ ଦର୍ଶାଉଛି।

ଆସନ୍ତା ବଜେଟ୍ ଅଧିବେଶନ ଯାଏ ମାର୍କେଟ ଅତ୍ୟଧିକ ନିମ୍ନଗାମୀ କିମ୍ବା ଅତ୍ୟଧିକ ଉର୍ଦ୍ଧଗାମୀ ହେବାର ସମ୍ଭାବନା କମ ରହିଛି। ମାତ୍ର ବଜେଟରେ ଯଦି ବିନିଯୋଗକାରୀଙ୍କ ଉପରେ କିଛି ନୂଆ ତଥ୍ୟ ଆସିଯାଏ ତେବେ ପୁଣି ନୂଆ ଉଦ୍ୟୋଗୀ ବିନିଯୋଗ କରି ମାର୍କେଟକୁ ଉପରକୁ ନେବାରେ ସହାୟ ହେବେ ବୋଲି ଶ୍ରୀ ରାଓ କହିଛନ୍ତି।

Leave a Reply

Your email address will not be published. Required fields are marked *