ଜଣାପଡ଼ିଲା କାରଣ କାହିଁକି କରିଥିଲେ ମୁଣ୍ଡକାଟି ହତ୍ୟା, 5 ଜଣଙ୍କୁ ବନ୍ଧିଲା ଆହୁରି ବାନ୍ଧିବ ପୋଲିସ

Top Storise ଅପରାଧ ରାଜ୍ୟ

ବ୍ୟୁରୋ : ମାତ୍ର 3 ଦିନ ଆଗରୁ ବେଲ ପାଇଥିଲେ। ଆସୁ ଆସୁ ପ୍ରତିଶୋଧ ନେବାକୁ ଦୌଡ଼ି ଆସିଲେ। ଖସିବାକୁ ଚାହିଁ ମଧ୍ୟ ବନ୍ଧା ହେଇଗଲେ। ଦେଖୁ ନାହାନ୍ତି ଏହି 3 ଅଭିଯୁକ୍ତଙ୍କୁ। ଗତକାଲି ରାଜଧାନୀର ରାଜରାସ୍ତା ରେ ଦିବା ଆଲୋକରେ ହାଣି ମୁଣ୍ଡ ଗଣ୍ଡି ଆଲଗା କରିଦେଇଥିଲେ। ଆଉ ଭୁବନେଶ୍ବର ଛାଡି ଫେରାର ହେବାକୁ ଚେଷ୍ଟା ବି କରିଥିଲେ। ମାତ୍ର ନୟାଗଡ଼ରୁ ମାଡି ବସିଲା କମିଶନରେଟ ପୋଲିସ। ଆଉ ଆଜି ଘଟଣାର ସିନ ରି କ୍ରିଏସନ଼ କରିବା ସହ ସଭିଙ୍କୁ ଝାରପଡା ପଠାଇବ ମଞ୍ଚେଶ୍ୱର ପୋଲିସ।

ପୁରା ଘଟଣା ଥିଲା ଏପରି କିଛି :

ସବୁଦିନ ପରି ଗତକାଲି ମଧ୍ୟ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ନିଜ ଝିଅକୁ ସ୍କୁଲ ନେଇ ଛାଡ଼ିଥିଲେ। ରାମ ମନ୍ଦିର ନିକଟ ଏକ ଘରୋଇ ସ୍କୁଲରେ ସହଦେବଙ୍କ ଝିଅ ପାଠ ପଢ଼େ। ସେଠାରୁ ସେ କୌଣସି ଏକ କାମରେ ରସୁଲଗଡ ଯାଉଥିଲେ। Vss ନଗର୍ ଛକ ପାର କରୁ କରୁ ତାଙ୍କୁ 2 ଜଣ ଅଟକାଇଥିଲେ। ସେ କିଛି ବୁଝିବା ଆଗରୁ ବ୍ୟାଗରୁ 2 ଟି ଖଣ୍ଡା ନେଇ ଗୋଟିଏ ଚୋଟରେ ତାଙ୍କ ବେକ କୁ ଦୁଇ ଖଣ୍ଡ କରିଦେଇଥିଲେ। ଲୋକେ ମଧ୍ୟ ରାସ୍ତାରେ ଯାତାୟାତ କରୁଥିଲେ ହେଲେ କେହି ସାହସ କରି ପରିନଥିଲେ ଦୁର୍ବୃତ୍ତ କୁ ଅଟକେଇବାକୁ। ସଭିଙ୍କ ଆଖିରେ ଧୂଳି ଦେଇ ଛୁ ମାରିଥିଲେ 2 ହତ୍ୟାକରି। ମାତ୍ର ମୋବାଇଲ କ୍ୟାମେରା ଲେନ୍ସରୁ ଖସି ପାରି ନଥିଲେ ଏହି ଦୁଇ ଜଣ। ଗାଡି ନମ୍ଵର ପୋଲିସକୁ ମିଳିଥିଲା। ଗାଡି ନମ୍ଵର ଖୋଜା ଖୋଜି କରିବାରୁ ଏହା ନୟାଗଡ଼ରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ନୟାଗଡ଼ରୁ 3 ମୁଖ୍ୟ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା ପୋଲିସ। ତାଙ୍କୁ ପଚରାଉଚରା କରିବା ସହ ଆଜି ସିନ୍ ରିକ୍ରିଏସନ କରିବାକୁ ନେଇଥିଲା ପୋଲିସ। ନଦୀ ଭିତରୁ ବ୍ୟାଗ୍ ଓ ବ୍ୟବହୃତ ଖଣ୍ଡା କୁ ଉଦ୍ଧାର କରିଥିଲା ପୋଲିସ। ଏପଟେ ଅନ୍ୟଏକ ଟିମ୍ ବସ୍ତି କୁ ଯାଇ ପଚରାଉଚରା କରି ଆଉ 2 ଜଣ ଙ୍କୁ ଉଠାଇ ଆଣିଛି ପୋଲିସ।

ଏବେସୁଦ୍ଧା ପୋଲିସ 5 ଜଣଙ୍କୁ ଗିରଫ କରିବା ସହ ଦୁଇଟି ବାଇକ୍, ଦୁଇଟି ମାରଣାସ୍ତ୍ର, 4 ଟି ମୋବାଇଲ ଫୋନ, ଦୁଇଟି ବ୍ୟାଗ ଯାବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କେଦାରପଲ୍ଲୀ ଅଞ୍ଚଳର ଲକ୍ଷ୍ମୀଧର ନାୟକ, ରକି ନାୟକ, ଲିପିକା ନାୟକ, ଲକ୍ଷ୍ମୀ ନାୟକ ଓ ରାକେଶ ନାୟକ।

ହତ୍ୟାର କାରଣ :

ଗତ କିଛିଦିନ ହେବ ରମା ନାୟକ ଜେଲ ଯାଇଥିଲେ। ତାହାର କାରଣ ଥିଲା ସେ ଡ୍ରଗ୍ ବ୍ୟବସାୟୀ କରୁଥିଲେ। ଆଉ ତାଙ୍କୁ ଗିରଫ ପଛରେ ମଧ୍ୟ ସହଦେବ ଥିବା ସେ ସନ୍ଦେହ କରୁଥିଲେ। ସେହିପରି ସେ ପୂର୍ବରୁ କାମ କରୁଥିବା ସଫେଇ ସଂସ୍ଥା ରୁ ତାଙ୍କୁ ବାହାର୍ କରିଦିଆଯାଇଥିଲା। ଏହାର ମଧ୍ୟ ଦୋଷ ସେ ସହଦେବ କୁ ଦେଉଥିଲେ। ଗତ 5 ତାରିଖ ସେ ଜେଲ ରୁ ଫେରିବା ପରେ ସହଦେବ କୁ ମାରିବେ ବୋଲି ଖୋଲା ଚାଲେଞ୍ଜ୍ ଦେଇଥିଲେ। ଏପରିକି କଟା ମୁଣ୍ଡ ଥାନା ସାମ୍ନାରେ ରଖିବେ ବୋଲି ମଧ୍ୟ କହିଥିଲେ। ଆଉ ଜେଲ ରୁ ଫେରି ସେ କରିଥିଲେ ପ୍ଲାନ୍। ଗତକାଲି ତାର ସୁଯୋଗ ନେଇ ଭିଆଇଥିଲେ ଏପରି କାଣ୍ଡ କାରନାମା।


ଏତିକିରେ ପୋଲିସ ଚୁପ୍ ବସିବ ନାହିଁ ବୋଲି ସିଧା ସଳଖ କହୁଛନ୍ତି ପୋଲିସ ଡିସିପି ପିନାକ ମିଶ୍ର। ତେବେ ରାଜଧାନୀ ଆଇନ ଶୃଙ୍ଖଳା କେଉଁ ଆଡ଼େ ଯାଉଛି ବୋଲି ଏବେ ବିଜେଡି ପ୍ରଶ୍ନ କରିଥିବା ବେଳେ ବିଜେପି କହିଛି ସଙ୍ଗେସଙ୍ଗେ ଆକ୍ସନ ହୋଇଛି ଯାହା ପୂର୍ବ ସରକାରରେ ହେଉ ନଥିଲା। ତେବେ ଆଗାମୀ ଦିନରେ ଆଉ କେତେ ଗିରଫ ହେଉଛନ୍ତି ତାହାହିଁ ଦେଖିବାକୁ ରହିଲା।

Leave a Reply

Your email address will not be published. Required fields are marked *