କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ ସୁପରଷ୍ଟାର କମଲ ହାସନ

ମନୋରଞ୍ଜନ

ଚେନ୍ନାଇ :  କରୋନା ମହାମାରରେ ଆକ୍ରାନ୍ତ ଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଚିକିତ୍ସା ସମୟରେ ତାଙ୍କର ଆସୁ ଆରୋଗ୍ୟ କାମନା କରିଥିବା ଫ୍ୟାନ ମାନଙ୍କୁ କମଲ ହାସନ ଧନ୍ୟବାଦ ଜଣାଇଛନ୍ତି। ସେ ହସ୍ପିଟାଲରେ ଦୁଇ ସପ୍ତାହ ଚିକିତ୍ସା ପରେ ଆଜି ଡିସଚାର୍ଜ ହୋଇଛନ୍ତି। କମଲା ହାସନ ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ମେଡିକାଲ ସେ ଡିସଚାର୍ଜ ହେବା ସମୟର ଡାକ୍ତର ଏବଂ ନର୍ସ ମାନଙ୍କ ସହ ଉଠାଇଥିବାଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚିକିତ୍ସା କରିଥିବା ସମସ୍ତ ଡାକ୍ତର,ନର୍ସ ବନ୍ଧୁ ଓ ପ୍ୟାନ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କମଲ ହାସନ।

Leave a Reply

Your email address will not be published. Required fields are marked *