‘ନାଟୁ ନାଟୁ’ ଗୀତ ସାହାଯ୍ୟରେ ସଡ଼କ ସୁରକ୍ଷା ବାର୍ତ୍ତା ଦେଲା ରାଜ୍ୟ ପରିବହନ ବିଭାଗ

Top Storise ରାଜ୍ୟ

ଭୁବନେଶ୍ୱର: ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିବା ପରେ ସାରା ଭାରତରେ ଏବେ ନାଟୁ ନାଟୁ ଗୀତ ଚର୍ଚ୍ଚାରେ। ଫିଲ୍ମ RRR ର ଏହି ଗୀତ ଓସ୍କାର ପାଇବା ପରେ ସାରା ଭାରତ ଏହାକୁ ନେଇ ଗର୍ବ ଅନୁଭବ କରୁଛି। ନାଟୁ ନାଟୁ ଗୀତର ସଫଳତା ପାଇଁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ RRR ଟିମ୍‌କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ପରିପ୍ରେକ୍ଷିରେ ଓଡ଼ିଶା ପରିବହନ ବିଭାଗ ଏହି ଧାରାରେ ଯୋଡ଼ି ହୋଇ ‘ନାଟୁ ନାଟୁ’ ଗୀତ ସାହାଯ୍ୟରେ ସଚେତନ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ବିଭାଗର ଟ୍ୱିଟର ଆକାଉଣ୍ଟରେ ‘ନାଟୁ ନାଟୁ ‘ଭିଡିଓର ଏକ ଦୃଶ୍ୟ ପୋଷ୍ଟ କରି ଏଥିରେ ସଡ଼କରେ ଯିବା ସମୟରେ କିପରି ସୁରକ୍ଷିତ ରହିବେ କୁହାଯାଇଛି। ଯେପରିକି ଗାଡ଼ି ଚଲାଇବା ସମୟରେ ଫୋନ୍‌ରେ କଥା ନହେବା, ମଦ ପିଇ ଗାଡ଼ି ନଚଲାଇବା ଏବଂ ଦ୍ରୁତ ଗତିରେ ଗାଡ଼ି ନଚଲାଇବା। ସେହିଭଳି ଏହି ପୋଷ୍ଟର କ୍ୟାପସନ ମଧ୍ୟ ବହୁତ ଆକର୍ଷଣୀୟ ରହିଛି। ଏଥିରେ ଫିଲ୍ମ RRR ନାଁରେ ଲେଖା ରହିଛି ଯେ, ଆର-ଦାୟିତ୍(ରେସ୍‌ପନ୍ସିବଲ୍‌) ଆର-(ରୋଡ୍), ଆର-(ରାଇଡ୍) ଆପଣଙ୍କୁ ସୁରକ୍ଷିତ ଭାବରେ ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ନେଇପାରେ।

Leave a Reply

Your email address will not be published. Required fields are marked *