କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର

Top Storise ରାଜ୍ୟ

ରାଉରକେଲା: କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର। ରାଉରକେଲାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ମୃତ ଛାତ୍ର ଜଣକ ହେଲେ ବିବେକ କୁମାର ସିଂହ। ନବମ ଶ୍ରେଣୀ ପାଠ ପଢ଼ୁଥିଲେ।

ବିବେକ କୁମାର ସିଂହ ତାଙ୍କ ସାଙ୍ଗମାନଙ୍କ ସହ କୋଏଲ ନଦୀକୁ ପ୍ରାୟତଃ ବୁଲିବାକୁ ଯାଇଥାନ୍ତି। ଆଜି ମଧ୍ୟ ତାଙ୍କ ୬ଜଣ ସାଙ୍ଗମାନଙ୍କ ସହ ସକାଳ ବୁଲିବାକୁ ଯାଇଥିଲେ। ବିବେକଙ୍କ ସହ ଆଉ ୩ଜଣ ସାଙ୍ଗ ପାଣି ଭିତରକୁ ଯାଇଥିଲେ। ଅନ୍ୟମାନେ ଆଣ୍ଠୁଏ ପାଣି ମଧ୍ୟରେ ରହିଥିବାବେଳେ ପାଣି କମ୍ ଥିବାରୁ ବିକାଶ ଅଧିକ ଭିତରକୁ ଯାଇଥିଲେ।

ପାଣି ଅଧିକ ଥିବାରୁ ବିକାଶ ନଦୀରେ ଭାସିଯାଇଥିଲେ। ବହୁତ ଚେଷ୍ଟା କରିଥିଲେ ସାଙ୍ଗମାନେ ବିକାଶକୁ ବଞ୍ଚେଇପାରିନଥିଲେ। ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ବିବେକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *