ସୟେଦ ମୁସ୍ତାକ ଅଲୀ ଟି୨୦: ଓଡିଶାର ନେତୃତ୍ୱ ନେବେ ରାଜେଶ

କ୍ରୀଡ଼ା

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ (ଓସିଏ) ବୁଧବାର ସୟେଦ ମୁସ୍ତାକ ଅଲୀ ଟି୨୦ ଟୁର୍ଣ୍ଣାମେଂଟ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି । ଏହି ଦଳର ନେତୃତ୍ୱ ନେବେ ରାଜେଶ ଧୂପର । ଅକ୍ଟୋବର ୨୭ରେ ରାଜେଶଙ୍କ ନେତୃତ୍ୱରେ ଓଡିଶା ଟିମ ଲକ୍ଷ୍ନୌ ଯିବ । ଟୁର୍ଣ୍ଣାମେଂଟ ଲକ୍ଷ୍ନୌରେ ୪ରୁ ୯ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । ନଭେମ୍ବର ୪ରେ ଓଡିଶା ତାର ପ୍ରଥମ ଏଲିଟ ଗ୍ରୁପ ମୁକାବିଲାରେ ଗୋଆକୁ ଭେଟିବ । ଏହା ପରେ ୫ରେ ତାମିଲନାଡୁକୁ, ୬ରେ ମହାରାଷ୍ଟ୍ରକୁ, ୮ରେ ପଞ୍ଜାବକୁ ଏବଂ ୯ରେ ପୁଡୁଚେରୀକୁ ଭେଟିବ ।

ଓଡିଶା ଟିମ୍‌: ରାଜେଶ ଧୂପର (ଅଧିନାୟକ), ଗୌରବ ଚୌଧୁରୀ, ଅନୁରାଗ ଷଡଙ୍ଗୀ, ଅଂଶୁମାନ ରଥ,ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ, ପ୍ରତୀକ ଦାସ, ଗୋବିନ୍ଦ ପୋଦ୍ଦାର, ରାଜେଶ ମହାନ୍ତି, ତାରିଣୀ ଶା, ବି.ଶିବା, ଆଶୀଷ ରାୟ, ଦେବବ୍ରତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ପ୍ରୟାସ ସିଂ, ପପୁ ରାୟ, ହର୍ଷିତ ରାଠୋର, ବିକାଶ ରାଉତ, ଜୟନ୍ତ ବେହେରା ଓ ଅଭିଷେକ ରାଉତ ।

Leave a Reply

Your email address will not be published. Required fields are marked *