ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ,ବାଣ୍ଟିବେ ସ୍ମାର୍ଟ ହେଲଥ୍ କାର୍ଡ

Top Storise ରାଜ୍ୟ

ବ୍ରହ୍ମପୁର :ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଯିବେ। ଗଞ୍ଜାମରେ BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁରେ ବିଭିନ୍ନ ପ୍ରକଳ୍ପର ଶୁଭାକମ୍ଭ କରିବେ। ସକାଳ ୧୦ ଟାରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ମା’ ଙ୍କ ଦର୍ଶନ କରିବେ।

ହିଞ୍ଚିଳିକାଟୁରୁ ବାହାରି ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ। ସେଠାରେ ମଧ୍ୟ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀା ସେଠାରେ ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦ କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ ବିତରଣ କରିବେ।

ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟା , ବିଧାୟକ ,ବିଧାୟିକା, ସାଂସଦ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ କରାଯାଇଛା

Leave a Reply

Your email address will not be published. Required fields are marked *