ବଡ଼ ଠାକୁରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ; ଯୋଦ୍ଧା ବେଶରେ ଚତୁର୍ଦ୍ଧା ମୂର୍ତ୍ତି

Top Storise ରାଜ୍ୟ

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ପରେ ଘଟିଛି ମହା ସଂଯୋଗ। ଅପୂର୍ବ ରୂପ, ଅସାଧାରଣ ଲୀଳା। ଆଜି ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବୀର ବେଶରେ ସଜେଇ ହେବେ ବଡ଼ ଠାକୁର। ଯୋଦ୍ଧା ସାଜିବେ କଳାଠାକୁର। ଅସ୍ତ୍ରଶସ୍ତ୍ର ଧରିବେ ଚତୁର୍ଦ୍ଧା ମୂର୍ତ୍ତି।

ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।ଏହି ବେଶ ଅତ୍ଯନ୍ତ ପୁରୁଣା ନହେଲେ ମଧ୍ଯ ପୁରୀର ସାହି ଯାତ୍ରାରେ ବାହାରୁ ଥିବା ନାଗା ସଂସ୍କୃତିର ଅନୁକରଣରେ କୈଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା ସମ୍ଭବ ।

ଏହି ବେଶରେ ଠାକୁରମାନେ ମୁଖ୍ଯତଃ ସୋଲ,କନା ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ,ନିଶ, ଦାଢି, ଛୁରୀ, କଟୁରୀ,ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ବାଘନଖ ମାଳି,ଶଙ୍ଖ,ଚକ୍ର ଓ ହଳ, ମୂଷଳ ଇତ୍ଯାଦି ଧାରଣ କରିଥାନ୍ତି ।

ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା। ଅର୍ଜୁନ ନିଜ ପୁତ୍ର ସଜସ୍ରାର୍ଜ୍ଜୁନ ଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ହେଉଛନ୍ତି ସ୍ୱୟଂ ଶ୍ରୀକୃଷ୍ଣ।

ମହାଭାରତନୁଯାୟୀ ଅର୍ଜୁନ ବନବାସ ସମୟରେ କିରାତ ବେଶଧାରୀ ଶିବଙ୍କର ଯୁଦ୍ଧ ହେଲା। ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ବହୁତ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ କହିଲେ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ।

ନାଗା ସନ୍ଯାସୀମାନେ ନଙ୍ଗା ବା ଉଲଗ୍ନ , ଉଦଣ୍ଡତା ବା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ। ଏହି ସ୍ମୃତିରେ ଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଏ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିଲେ ।

Leave a Reply

Your email address will not be published. Required fields are marked *