ଯାହାର ଘର ନାହିଁ ସେ ତ୍ରିରଙ୍ଗା କେଉଁଠି ଉଡାଇବ:ମୋଦୀଙ୍କୁ ଉଦ୍ଧବଙ୍କ ପ୍ରଶ୍ନ

ଦେଶ- ବିଦେଶ ରାଜନୀତି

ମୁମ୍ବାଇ: ପୁଣି ଉଦ୍ଧବଙ୍କ ନିଶାନାରେ ମୋଦି । ମିଳୁଥିବା ଗୋଟେ ବି ମଉକା ହାତ ଛଡା କରୁ ନାହାନ୍ତି ଉଦ୍ଧବ । ଉଦ୍ଧବ ଠାକରେ ବିଜେପି ଉପରେ ଆକ୍ରମଣ କରିବାର ସୁଯୋଗ ଛାଡି ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହର ଘର ତ୍ରିରଙ୍ଗା ଅଭିଯାନ ଉପରେ ଉଦ୍ଧବ କହିଛନ୍ତି ଯେ ଯେତେବେଳେ ଘର ନଥିବ ତେବେ ତ୍ରିରଙ୍ଗା କେଉଁଠାରେ ଲଗାଯିବ । ସେ କହିଛନ୍ତି ଯେ ଆଜି ‘ହର ଘର ତ୍ରିରଙ୍ଗା ‘ର ସ୍ଲୋଗାନ ଦିଆଯାଉଛି। କିନ୍ତୁ ମୋଦି ଙ୍କୁ ନେଇ ବର୍ତ୍ତମାନ ଏକ ବ୍ୟଙ୍ଗ ଖୁବ ଭାଇରାଲ ହେଉଛି । ଏଥିରେ କିଛି ଲୋକ ଚିତ୍ରିତ, ଯେଉଁମାନଙ୍କର ଘର ନାହିଁ । ଏଥିରେ ଜନମାଷ୍ଟମୀ ପର୍ବକୁ ଆଧାର ଭାବରେ ବ୍ୟଙ୍ଗ କରାଯାଇଛି। ଏଥିରେ ଜଣେ ଭକ୍ତ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି ଯେ ପ୍ରଭୁ ପରେ ମଖନ ଖାଇବେ, ପ୍ରଥମେ ୫ ପ୍ରତିଶତ ଜିଏସ୍ଟି ଦିଅନ୍ତୁ। କେବଳ ତ୍ରିରଙ୍ଗା ଲହରେଇବା କୁ ବଢାଇବା ଦେଶପ୍ରେମର ପ୍ରମାଣ ନୁହେଁ ବୋଲି ଉଦ୍ଧବ କହିଛନ୍ତି।

ଶିବସେନା ନଥାନ୍ତେ ତେବେ ମହାରାଷ୍ଟ୍ରରେ ମରାଠୀ ମାନୋସଙ୍କ ଅବସ୍ଥା କ’ଣ ହୋଇଥାନ୍ତା ଏବଂ ଦେଶରେ ହିନ୍ଦୁତ୍ୱର ଅବସ୍ଥା କ’ଣ ହୋଇଥାନ୍ତା? ସେ ପ୍ରଶ୍ନ କରିଛନ୍ତି। ଠାକରେ କହିଛନ୍ତି ଯେ ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ ଏବଂ ସୀମା ଭିତରେ ଚୀନ୍ ପ୍ରବେଶ କରୁଛନ୍ତି । ଆପଣ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଆହ୍ଵାନଦେଉଛନ୍ତି ଅରୁଣାଚଳ ପ୍ରଦେଶରୁ ଚୀନ୍ ମାନଙ୍କୁ ଦୂରେଇ ପାରିବେ କି?

ଠାକରେ କହିଛନ୍ତି ଯେ ଆଜି ଆଞ୍ଚଳିକ ଦଳଗୁଡିକୁ ହଟାଇବା ପାଇଁ ଏକ ଷଡଯନ୍ତ୍ର ରଚା ଚାଲିଛି। ଦେଶର ଫେଡେରାଲ୍ ଗଠନ ଧ୍ୱଂସ ହେଉଛି ଏବଂ ‘ହର ଘର ତ୍ରିରଙ୍ଗା ‘ର ସ୍ଲୋଗାନ ଦିଆଯାଉଛି। ଆଜି ଗଣତନ୍ତ୍ର ଏହାର ମୃତ୍ୟୁ ଶଯ୍ୟାରେ ଅଛି। ସିଂହାସନରେ ବସିଥିବା ଲୋକମାନଙ୍କର ଏହି ଧାରଣା ଅଛି ଯେ ‘ଆମେ ଏହା କରିବା ଉଚିତ୍’ । କିଛି ଲୋକ ଅନୁଭବ କରନ୍ତି ଯେ ଭାରତ ମାତା ହେଉଛନ୍ତି ନିଜର ସମ୍ପତ୍ତି କିନ୍ତୁ ସେମାନେ ଯାହା ଭାବନ୍ତି ତାହା ନୁହେଁ । ସେମାନେ ଅନୁଭବ କରୁଛନ୍ତି ଯେ ଶିବସେନା ବର୍ତ୍ତମାନ ସମାପ୍ତ ହୋଇଛି। ଲୋକମାନେ ସବୁକିଛି ଦେଖୁଛନ୍ତି । ଜନସାଧାରଣ ସବୁକିଛି ଧ୍ୟାନ ଦିଅନ୍ତି।

Leave a Reply

Your email address will not be published. Required fields are marked *