ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗମନାଗମନ ଓ ଗୃହ ନିର୍ମାଣ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କେତେକ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯାଉଛି । ଆଉ କିଛି ଛୋଟ ଛୋଟ କାର୍ଯ୍ୟ କନିଷ୍ଠ ଯନ୍ତ୍ରୀ ମାନଙ୍କ ଦ୍ଵାରା କରାଯାଉଛି । କିଛି ଅଂଚଳରେ କାମ ନିମ୍ନମାନର ହୋଇଥିବାରୁ ବର୍ଷା ଦିନ କିମ୍ବା ବର୍ଷେ ମଧ୍ୟରେ ନଷ୍ଟ ହେଉଥିବା ବିଭିନ୍ନ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଠିକାଦାର ମାନେ ବିଲ ପାଇବା ପାଇଁ ବାରମ୍ବାର ଦୌଡୁଥିବା ବେଳେ କେତେବେଳେ ଅଫିସର ତ କେତେବେଳେ ଅଫିରେ କାମ କରୁଥିବା ଆଉଟ ସୌରସିଙ୍ଗ ଭାବେ କାମ କରୁଥିବା ପିଲାଙ୍କ ପାଖରେ ଶିକାର ହେଉଛନ୍ତି । ଆଉଟ ସୌରସିଙ୍ଗ ଭାବେ କାମ କରୁଥିବା ପିଲାମାନେ ସରକାରୀ ବାବୁଙ୍କ ପାଇଁ ବଟି ଆଦାୟ କରୁଥିବା ଅଭିଯୋଗ ଆସିଛି । ସରକାରଙ୍କ ପକ୍ଷରୁ ଆଉଟ ସୌରସିଙ୍ଗ କାର୍ଯ୍ୟରତ ଥିବା ଲୋକଙ୍କୁ ସେମାନଙ୍କ ଦରମା ପ୍ରଦାନ କରିପାରୁନଥିବା ବେଳେ ସେମାନଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯିବାକୁ ଗତ ଜୁନ 01/2020ରେ ନିର୍ଦେଶ ଦିଆଯାଇଛି । କିନ୍ତୁ (ଆରଡ଼ି -01) ରେ କିଛି ପିଲା ଆଉଟ ସୌରସିଙ୍ଗ ଭାବେ କାମ କରି ଅଫିସର ମାନଙ୍କ ପାଇଁ ଦଲାଲି କରି କଣ୍ଟ୍ରାକ୍ଟର ମାନଙ୍କ ଠାରୁ ପିସି ଆଦାୟ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆଉଟ ସୌରସିଙ୍ଗ ମାନଙ୍କୁ ଚାକିରିରୁ ବାହାର କରିଥିବା ବେଳେ କିପରି ସେମାନଙ୍କୁ ରଖି ଦରମା ଦେଉଛନ୍ତି ଓ ରହିବା ପାଇଁ ସରକାରୀ କ୍ୱାର୍ଟର ଦେଇ ରଖିଛନ୍ତି । ତାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ହୋଇ ରହିଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା-1 ତରଫରୁ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ କୋଉ ଅଧିକାରରେ ଘର ପ୍ରଦାନ କରାଯାଇଛି, ଅନ୍ୟମାନଙ୍କ ମଧ୍ୟରେ ମାନ୍ନାଥ ମହଲ, ସୁକାନ୍ତ ଖୁଣ୍ଟିଆ, ଅରୁଣ ପତ୍ର, ଦଶରଥ ବଙ୍କିଆ ପ୍ରମୁଖଙ୍କୁ ଦରମା କୋଉ ସୋର୍ସରୁ ପ୍ରଦାନ କରାଯିବ କଥା ପଚାର ଯିବାରୁ, ବିଭାଗୀୟ ଯନ୍ତ୍ରୀ ନିରବ ରହୁଛନ୍ତି ।
