ପେଟ୍ରୋଲ ଓ ଡିଜେଲ ଉପରେ ୮ ଟଙ୍କା ୫୦ପ. ଟିକସ ହ୍ରାସ ସମ୍ଭବ: ରିପୋର୍ଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଯଦି ସରକାର ଚାହାଁନ୍ତି ତାହେଲେ ଅତି ସହଜରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଲ୍କ ରେ ଲିଟର ପିଛା ୮.୫ ଟଙ୍କା ହ୍ରାସ କରିପାରିବ। ଯାହା ଫଳରେ ସରକାରଙ୍କ ରାଜସ୍ବ ଉପରେ ପ୍ରଭାବ ପଡିବ ନାହିଁ ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ ନିଜ ରିପୋର୍ଟରେ ଦାବି କରିଛନ୍ତି।

ଏବେକା ସମୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ରେକର୍ଡ କରୁଛି। ଏହାର ମୂଲ୍ୟର ବଢିବାର ଅନ୍ୟ ଏକ କାରଣ ହେଉଛି ଟିକସ। ପେଟ୍ରୋଲରେ ପ୍ରାୟ ୬୦ ପ୍ରତିଶତ ଏବଂ ଡିଜେଲରେ ପ୍ରାୟ ୫୪ ପ୍ରତିଶତ ଟିକସ କେନ୍ଦ୍ର ଏବଂ ରାଜ୍ୟ ନେଉଛନ୍ତି। ଉଦାହରଣ ସ୍ୱରୂପ, ଦିଲ୍ଲୀବାସୀ ପେଟ୍ରୋଲ ଲିଟର ପିଛା ପ୍ରାୟ ୯୧ ଟଙ୍କାରେ କିଣୁଥିବା ବେଳେ ସେଥିରେ ଟିକସ ୫୪ ଟଙ୍କା ସାମିଲ ରହିଛି। କେନ୍ଦ୍ର ସରକାର ଏହା ଉପରେ ଉତ୍ପାଦ ଶୁଲ୍କ ଆଦାୟ କରୁଥିବାବେଳେ ରାଜ୍ୟ ସରକାର ଭ୍ୟାଟ୍ କିମ୍ବା ବିକ୍ରୟ କର ଆଦାୟ କରୁଛନ୍ତି।

ଆଇସିଆଇସିଆଇ ସିକ୍ୟୁରିଟି ଏକ ରିପୋର୍ଟରେ କହିଛି ଯେ ‘ଆମେ ଅନୁମାନ କରୁଛୁ ଯେ ଯଦି ୨୦୨୧-୨୨ ଆର୍ଥିକ ବର୍ଷରେ ଯାନବାହାନ ଇନ୍ଧନ ଉପରେ ଏକ୍ସାଇଜ୍ ଡ୍ୟୁଟିରେ କୌଣସି ହ୍ରାସ ନକରନ୍ତି ତାହେ‌ଲେ ରାଜସ୍ବ ସଂଗ୍ରହ ୪.୩୫ ଲକ୍ଷ କୋଟିରେ ପହଞ୍ଚିବ। ଯେତେବେଳେକି ବଜେଟ୍ ଆକଳନ ୩.୨ ଲକ୍ଷ କୋଟି ଟଙ୍କା।

ସେହିପରି ଯଦି ୨୦୨୧ ମସିହା ଏପ୍ରିଲ୍ ୧ କିମ୍ବା ତା’ପୂର୍ବରୁ ଲିଟର ପିଛା ୮.୫ ଟଙ୍କା ଉତ୍ପାଦ ଶୁଲ୍କ ହ୍ରାସ କରାଯାଏ, ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନ ହାସଲ କରିହେବ।

Leave a Reply

Your email address will not be published. Required fields are marked *