ବେଗୁନିଆପଡା : ଶନିବାର କୋଦଳା ଅଂଚଳରୁ ଏକ ଦୁଃଖଦ ଖବର ପହଁଚିଛି । ସମସ୍ତଙ୍କ ପ୍ରିୟ, ମେଳାପି, ଉତ୍ତମ ବ୍ୟବହାରରେ ସମସ୍ତଙ୍କ ମନ ଜିଣିଥିବା ଯୁବ ବ୍ୟବସାୟୀ କୈଳାଶ ଚନ୍ଦ୍ର ପୃଷ୍ଟି (୩୫)ଙ୍କ କରୋନା ରେ ମୃତ୍ୟୁ ଘଟିଛି।
ଗତ ଏକ ସପ୍ତାହ ହେବ ବେଗୁନିଆପଡା ମେଡିକାଲରେ କୋଭିଡ ପରୀକ୍ଷା ପରେ କରୋନା ପଜେଟିଭ ରିପୋର୍ଟ ମିଳିବାରୁ ସଙ୍ଗେ ସଙ୍ଗେ ସେ ନିଜର ପରିବାର ସହିତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ଅର୍ଥାତ ଶନିବାର ସକାଳ ଦଶଘଣ୍ଟ ସମୟ ରେ ମୃତ୍ୟୁ ବରଣ କରିଥିବା ନେଇ ଖବର ପହଞ୍ଚିଥିଲା ।
ସଟଡାଉନ ସତ୍ୱେ କୋଦଳା କୁମୁଟି ସାହି ସ୍ଥିତ ନିଜ ଘର ସମ୍ମୁଖରେ ଲୋକମାନେ ରୁଣ୍ଡ ହୋଇ ଦୁଃଖ ପ୍ରକାଷ କରିଥିଲେ । ପରେ ପରେ ନିଜର ସମ୍ପର୍କୀୟ ଭୁବନେଶ୍ୱର ଯାଇ କୈଳାଶର ଶେଷ ଦର୍ଶନ ସହିତ ଶବଦାହ କରି ଫେରିଥିଲେ ।
ପ୍ରକାଶ ଥାଉକି ସେ ଜଣେ ମାତ୍ର ଗୃହକର୍ତ୍ତା ହୋଇଥିବା ବେଳେ ତାଙ୍କର ଦୁଇଗୋଟି ପୁତ୍ର ସନ୍ତାନ ଅଛି । ଉତ୍ତମ ବ୍ୟବହାର ଯୋଗୁଁ ସ୍ଥାନୀୟ ଅଂଚଳରେ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ତାଙ୍କ ମୁର୍ତ୍ୟୁରେ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି |