ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ, ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

Top Storise ରାଜ୍ୟ

ନୁଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଥିବା ଜବରଦଖଲକୁ ନେଇ ଦାଏର ଦୁଇଟି ପିଟିଶନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ବି.ଆର , ଗଭାଇ ଏବଂ ହିମ କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଟିଶନର ଶୁଣାଣି କରିବେ। ପୁରୀ ମନ୍ଦିର ଚତୁଃପାର୍ଶ୍ଵରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ ସୋମବାର ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପଭାନୀ ଏବଂ ଅନ୍ୟ ଏକ ପିଟିଶନ ଆଡ୍‌ଭୋକେଟ ନଚିକେତା ଯୋଶୀଙ୍କ ଦ୍ବାରା ଦାଏର କରାଯାଇଥିଲା। ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ନିବେଦନ କରାଯାଇଛି।

ଓଡ଼ିଶା ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି କି ନାହିଁ ଖଣ୍ଡପୀଠ ଆବେଦନକାରୀଙ୍କୁ ପଚାରିଥିଲେ। ହାଇକୋର୍ଟଙ୍କ ମେ ୯ ଆଦେଶ ବିରୋଧରେ ଉକ୍ତ ଦୁଇଟି ପିଟିଶନ ଦାଏର କରାଯାଇଥିବା ଆବେଦନକାରୀ ଦର୍ଶାଇଥିଲେ। ହାଇକୋର୍ଟ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣକୁ ସ୍ଥଗିତ କରିବା ନେଇ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ପୁରୀ ଐତିହ୍ୟ ପ୍ରକଳ୍ପ ଦ୍ବାରା ଶ୍ରୀମନ୍ଦିରର କ୍ଷତି ହେବା ଆଶଙ୍କା କରି ଏବଂ ଏ ନେଇ କୌଣସି ଅନୁମତି ଦିଆଯାଇ ନ ଥିବା ଦର୍ଶାଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ହାଇକୋର୍ଟ ଏଏସ୍‌ଆଇ ରିପୋର୍ଟକୁ ଅଗ୍ରାହ୍ୟ କରିଦେବା ସହ ମନ୍ଦିରର କେଉଁ ଅଂଶ ପ୍ରକୃତରେ କ୍ଷତି ହେବ ସେ ସମ୍ପର୍କରେ ଦର୍ଶାଇବାକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *