ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ୧୮୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ।ଏହି ମାମଲାରେ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ଜଣାପଡିନାହିଁ।ସୂଚନା ଅନୁଯାୟୀ, ଭୁବନେଶ୍ୱରର ପଳାଶୁଣି ଅଞ୍ଚଳରେ ଚଢ଼ାଉ କରି ଏତେ ପରିମାଣର ଧଳା ଜହର ଜବତ କରିଛି ଅବକାରୀ ବିଭାଗ ।