ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ଆଜି ପୁଣି ୨୪ ଘଂଟାରେ ଭିତରେ ଦେଶରେ ୮୦ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ୮୬,୯୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୯୩୩୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୪ଘଣ୍ଟାରେ ୧୧୩୦ଜଣଙ୍କର ମୃତ୍ୟୁ ଘଟିଛି।
ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୪,୮୭,୫୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୦୩୨୯୯ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୭,୮୮୨ ରହିଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୩,୯୬୩,୯୯ ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୧% ରହିଥିବା ବେଳେ ଆରୋଗ୍ୟ ହାର ୭୯.୬୮% ରହିଛି। ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ବରେ ଆଗରେ ରହିଛି। ତା’ ପଛକୁ ରହିଛି ଆମେରିକା। ଆମେରିକାରେ ବର୍ତ୍ତମାନ ୭,୦୦୪,୭୬୮ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରୁ ୪,୨୫୦,୧୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।