ଭୁବନେଶ୍ୱର : ଅଲିଭ ଅଏଲ୍ ଓ ଲେମ୍ବୁରସ ଏକାଠି ପିଇଲେ ଶରୀର ଡିଟକ୍ସ ହୋଇଥାଏ । ଏହା ଓଜନ କମାଇବାରେ ସାହାର୍ଯ୍ୟ କରେ । ଏଥିରେ ଥିବା ଓଲିକ୍ ଏସିଡ୍ ହାର୍ଟ ଓ ଭିଟାମିନ୍-ଇ ହଜମ ପ୍ରକ୍ରିୟା ନିମନ୍ତେ ବହୁତ ଭଲ । ଲେମ୍ବୁ ରସରେ ଭିଟାମିନ୍-ସି ଭରପୁର ଥାଏ ଯାହା,ଫ୍ୟାଟ୍ ବନ୍ କରିଥାଏ । ସକାଳୁ ଉଠି ୧ଚାମଚ ଅଲିଭ ତେଲ ସହିତ ୩ବୁନ୍ଦା ଲେମ୍ବୁ ରସ ମିଶେଇ ଖାଲି ପେଟରେ ପିଅନ୍ତୁ । ଏହାର ସେବନ ଦ୍ୱାରା ପାଚନ କ୍ରିୟା ଠିକ୍ ହୋଇଥାଏ । କିନ୍ତୁ ଧ୍ୟାନ ରଖନ୍ତୁ ଏହାର ସେବନ ଦ୍ୱାରା ଆଲର୍ଜି ମଧ୍ୟ ହୋଇପାରେ । ଏଥିରେ କ୍ୟାଲେରି ଅଧିକ ରହିଥାଏ । ତେଣୁକରି ସବୁଦିନ ୨୦୦୦ରୁ ୨୫୦୦ କିଲୋ ମଧ୍ୟରେ ସେବନ କରନ୍ତୁ । ଲେମ୍ବୁରେ ଥିବା ଏସିଡ୍ ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ ।