ଏକବିଂଶ ଶତାବ୍ଦୀ ପାଇଁ କୃଷି ବିଲ୍ ଜରୁରୀ: ପ୍ରଧାନମନ୍ତ୍ରୀ

Top Storise ଦେଶ- ବିଦେଶ ରାଜନୀତି

ନୂଆଦିଲ୍ଲୀ: ରବିବାର ଦିନ ସଂସଦରେ ପାରିତ ହୋଇଥିବା ଦୁଇଟି କୃଷି ସଂସ୍କାର ବିଲ୍ ଏକବିଂଶ ଶତାବ୍ଦୀର ଆବଶ୍ୟକତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହିତ କୃଷକମାନଙ୍କ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପୂର୍ବପରି ଜାରି ରହିବ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି।

ଏକ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଦୁଇଟି ବିଲ୍ ପାସ୍ ହୋଇଥିବାରୁ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ କୃଷି କ୍ଷେତ୍ରରେ ଏହି ପରିବର୍ତ୍ତନ ବର୍ତ୍ତମାନର ସମୟ ପାଇଁ ଜରୁରୀ ଥିଲା ଏବଂ ଆମ ସରକାର ଚାଷୀଙ୍କ ପାଇଁ ଏହି ସଂସ୍କାର ଆଣିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବପରି ମଣ୍ଡିରେ ବ୍ୟବସାୟ ଚାଲିବ ଏବଂ ଏହି ଦୁଇଟି ବିଲ୍ ବିଧାନସଭାରେ ପାରିତ ହେବା ଦ୍ୱାରା କୌଣସି ପ୍ରଭାବ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *