‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Top Storise ରାଜ୍ୟ

ଭୁବନେଶ୍ୱର : ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡିଶା 23.09.2020ରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ମହାରାଷ୍ଟ୍ରଙ୍କ ସହ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର କେନ୍ଦ୍ରାପଡା ଉଭୟ ରାଜ୍ୟର ଅଂଶ ଗ୍ରହଣ କାରୀ ଓ ଅଧିକାରୀଙ୍କ ସହିତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓ ଓଡିଶାର ପ୍ରାୟ 940 ଅଂଶଗ୍ରହଣକାରୀ, NYKS ର 60 ଅଧିକାରୀ ଅଂଶଗ୍ରହଣ କରିଥିଲେ। ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଉଷା ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅନୁଗ୍ରହ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ଆଶୀର୍ବାଦ ଦେଇଥିଲେ। ଏହା ପରେ NYKS ଓଡିଶାର ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ବିମଲ ପାଟ୍ରିକ ଶାହା ପ୍ରାରମ୍ଭିକ ସମ୍ବୋଧନ କରିଥିଲେ । ଓଡିଶାର ପ୍ରତିନିଧିତ୍ୱ କରୁଥିବା ଅତିଥି ବାଚସ୍ପତି ପ୍ରଫେସର ରଘୁନାଥ ମଣ୍ଡଳ ପରେ ଓଡିଶାରେ ଇତିହାସ, ଲୋକ ଓ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ତାଙ୍କର ମୂଲ୍ୟବାନ ଜ୍ଞାନ ଉପସ୍ଥାପନ କରିଥିଲେ। ଏହା ପରେ ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ଆଶିଷ ଠାକୁର ଓ ଜିଲ୍ଲା ଯୁବ ସଂଯୋଜକ ସୁଶ୍ରୀ ବଶୁନ୍ଧରା ସାହୁ ଅତିଥି ରାଜ୍ୟ ପାଇଁ ପାୱାରପଏଣ୍ଟ ଉପସ୍ଥାପନା କରିଥିଲେ। ଶେଷରେ ଶ୍ରୀ ଶାହା ନେହେରୁ ଯୁବା କେନ୍ଦ୍ର ସଂଗଠନ ଓଡ଼ିଶା ପକ୍ଷରୁ ସମସ୍ତ ଅତିଥି ଏବଂ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *