ଓଡିଆ ସାହିତ୍ୟ ପୋଡ଼କାଷ୍ଟ୍ “କଥା ଓ କବିତା” ଉନ୍ମୋଚିତ

Top Storise ରାଜ୍ୟ

ଭୁବନେଶ୍ୱର: ଶୁଭଦୃଷ୍ଟି ଇ ପତ୍ରିକା ଦ୍ଵାରା କାହାଣୀ ଏବଂ କବିତା ସଂକଳନକୁ ନେଇ ଆରମ୍ଭ କରାଯାଇଛି ପୋଡ଼କାଷ୍ଟ୍ “କଥା ଓ କବିତା”। ଏହି ପୋଡ଼କାଷ୍ଟ୍ ଟି ଓଡ଼ିଶା ତଥା ବିଶ୍ୱରେ ରହୁଥିବା ସମସ୍ତ ଓଡିଆ ସାହିତ୍ୟ ପ୍ରେମୀ ମାନଙ୍କ ପାଇଁ ଏକ ନୂତନ ପ୍ରୟାସ ।

ଶୁଭଦୃଷ୍ଟିର ସମ୍ପାଦକ ଏ ପି ଶୁଭକାନ୍ତ ଓ ପ୍ରଭାତ କୁମାର ବଳଙ୍କ ବହୁଦିନର ପ୍ରୟାସ ତଥା ପରିଶ୍ରମର ରୂପ ହେଉଛି “କଥା ଓ କବିତା”। ଏହି ପୋଡ଼କାଷ୍ଟଟିକୁ ବିଭିନ୍ନ ନୂତନ ପିଢ଼ିର ତରୁଣ ତଥା ଯୁବ ପ୍ରତିଭା ମାନଙ୍କର ସାହିତ୍ୟକୁ ମନୋରଞ୍ଜନର ଏକ ମାଧ୍ୟମ ରୂପେ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ପୋଡ଼କାଷ୍ଟ୍ ପାଇଁ ଇଣ୍ଟରନେଟ ରେଡ଼ିଓ ଷ୍ଟେସନ “ରେଡ଼ିଓ ଯାଯାବର”କୁ ରେଡ଼ିଓ ପାର୍ଟନର ଭାବେ ଚୟନ କରାଯାଇଛି।

“ରେଡ଼ିଓ ଯାଯାବର”ର ପ୍ରତିଷ୍ଠାତା ନରସିଂହ ସାହୁ ଏବଂ ଜ୍ୟୋତିରଞ୍ଜନ ପଣ୍ଡା ଶୁଭଦୃଷ୍ଟି ସହ ଏହି ସହଭାଗିତାକୁ ନେଇ ବହୁତ୍ ଆଶାବାଦୀ ଅଛନ୍ତି। ବର୍ତ୍ତମାନ ଇଣ୍ଟରନେଟରେ ବିଭିନ୍ନ ବୈଦେଶିକ ତଥା ଭାରତୀୟ ଭାଷାରେ ଏକାଧିକ ପୋଡ଼କାଷ୍ଟ୍ ଉପଲବ୍ଧ ଥିବାବେଳେ ଓଡ଼ିଆ ଭାଷାରେ ଥିବା ଶୂନ୍ୟସ୍ଥାନକୁ “କଥା ଓ କବିତା” ପୂରଣ କରିବ ବୋଲି ନରସିଂହ ମତବ୍ୟକ୍ତ କରିଛନ୍ତି।

“କଥା ଓ କବିତା” ଓଡ଼ିଶା ତଥା ଓଡ଼ିଆ ସାହିତ୍ୟକୁ ଭଲପାଉଥିବା ପ୍ରତିଟି ବ୍ୟକ୍ତିଙ୍କୁ ଉତ୍ସର୍ଗୀକୃତ। ନିଜ ଭାଷା ତଥା ସାହିତ୍ୟ କୁ ନେଇ କିଛି କରିବା ଦ୍ଵାରା କେବଳ ଭାଷା ସଶକ୍ତ ହୋଇନଥାଏ ବରଂ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଏକ ମାଧ୍ୟମ ସୃଷ୍ଟି ହୋଇଥାଏ ଏବଂ “ଶୁଭଦୃଷ୍ଟି” ସେଥିପାଇଁ କାମ କରିଚାଲିଛି ବୋଲି ଏ ପି ଶୁଭକାନ୍ତ କହିଛନ୍ତି।

ଏହି ପୋଡ଼କାଷ୍ଟ୍ ଟି ପାଇଁ ପ୍ରଭାତ କୁମାର ବଳ, ସଂଘମିତ୍ରା ପଟ୍ଟନାୟକ, ଅଭିଲିପ୍ସା ପାଢୀ ସ୍ୱର ଦେଇଥିବାବେଳେ ନୂତନ ପିଢ଼ିର ସାହିତ୍ୟିକ ନାରାୟଣ ସାହୁ, ସଂଗ୍ରାମ ମହାରଣା,ବିରେନ୍ଦ୍ର ନାୟକ, ଉତ୍କଳିକା ରାଉତ ଏବଂ ପ୍ରଶାନ୍ତ କୁମାର ସାହୁ ତାଙ୍କ ରଚନା ଦେଇ ସମୃଦ୍ଧ କରିଛନ୍ତି।ଏହି ପୋଡ଼କାଷ୍ଟ୍ ଟି ଜିଓ ସାବନ୍, ସ୍ପଟିଫାଇ, ଆପଲ୍ ପୋଡ଼କାଷ୍ଟ୍ ଏବଂ ଗୁଗୁଲ୍ ପୋଡ଼କାଷ୍ଟ୍ ଆଦି ରେ ଉପଲବ୍ଧ ଅଟେ।

Leave a Reply

Your email address will not be published. Required fields are marked *