ହିଞ୍ଜିଳିକାଟୁ (ପ୍ରଶାନ୍ତ କୁମାର ରଣା): କଟକଣା ନାମରେ ବ୍ରହ୍ମପୁରକୁ ପ୍ରବେଶ କରାଇ ଦେଉନି ପ୍ରଶାସନ । ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ 72 ବର୍ଷୀୟ ବୃଦ୍ଧା ମା ଅପସରି ଜେନା ଆଜି ବୁଧବାର ସକାଳେ ବ୍ରହ୍ମପୁର ବିଲସାହି ସ୍ଥିତ ନିଜ ବାସଭବନରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ବିଧାୟକଙ୍କ ଉପରେ ପୂର୍ବରୁ ବ୍ରହ୍ମପୁର ନ ଆସିବାକୁ ଲାଗିଥିବା କଟକଣା ଯୋଗୁଁ ନିଜ ମାଙ୍କ ଶେଷ ଦର୍ଶନ ପାଇଁ ଆସିପାରୁ ନାଁହାନ୍ତି ବିଧାୟକ । କିନ୍ତୁ କୋର୍ଟ ସମୟର ଅପେକ୍ଷାରେ ଶେଷକୃତ୍ୟକୁ ଅଟକାଇବାକୁ ପଡିଛି । ବିଧାୟକଙ୍କ ଓକିଲ ନିର୍ମଳ ସାହୁ ଓ ସରୋଜ ଗୌଡ଼ ଜିଲ୍ଳା କୋର୍ଟରୁ ଅନୁମତି ପାଇଁ ଅପେକ୍ଷା କରିଛନ୍ତି। ଏହି ମହାମାରୀ ସମୟରେ ଜନଗହଳିକୁ ଦୃଷ୍ଟିରେ ରଖି ଶବ ଶୋଭାଯାତ୍ରାକୁ ଅନୁମତି ମିଳିନପାରେ ଖୋଦ ବିଧାୟକ ମାଙ୍କ ଅନ୍ତ୍ୟୋଷ୍ଟି କ୍ରିୟା ପାଇଁ କେତେ ସମୟରେ କେତେ ଦିନ ପାଇଁ ବ୍ରହ୍ମପୁରରେ ରହିବାକୁ ଅନୁମତି ଦେବେ ତାହା ଆଗକୁ ଜଣା ପଡିବ । ସାଧାରଣରେ ଚର୍ଚ୍ଚା ହେଉଛି ଯେ, ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସୁଖ ଦୁଃଖରେ, ଓ ପ୍ରତ୍ୟେକଙ୍କ ଶେଷକୃତ୍ୟରେ ଠିଆ ହେଉଥିବା ବିଧାୟକ ନିଜ ମାଙ୍କ ଶେଷ ସମୟରେ ଦେଖାକରି ପାରିଲେନାହିଁ I ତାପରେ ବହୁତ ସମୟ ଆଗରୁ ମାଙ୍କ ଦେହାନ୍ତ ହୋଇଯାଇଥିଲେ ମଧ୍ୟ ଆଇନର କଟକଣା ନାମରେ ଅଟକାଇବାକୁ ସାଧାରଣ ଲୋକେ ନିନ୍ଦା କରୁଛନ୍ତି I

