କଟକ : କଟକ ଜଗତପୁରର ସ୍ଥିତ ସଦ୍ଗୁରୁ କୋଭିଡ୍ ହସ୍ପିଟାଲ୍ରେ ଭୟାବହ ଅଗ୍ନିକାଣ୍ଡ । ଆଜି ଅପରାହ୍ଣରେ ହସ୍ପିଟାଲ୍ର ଗ୍ରାଉଣ୍ଡ୍ଫ୍ଲୋର୍ ICUରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
କଟକ ଜିଲ୍ଲାପାଳ, ଡିସିପି ଓ ଚିଫ୍ ଫାୟାର ଅଫିସର୍ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଚିଫ୍ ଫାୟାର ଅଫିସର ଶ୍ରୀକାନ୍ତ ସେଠୀ କହିଛନ୍ତି, ନିଆଁକୁ ଆୟତ୍ତ କରାଯାଇଛି। ହସ୍ପିଟାଲ୍ରେ ଥିବା ସମସ୍ତ ୧୨୭ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସମସ୍ତ କରୋନା ଆକ୍ରାନ୍ତଙ୍କୁ ଅନ୍ୟ ହସ୍ପିଟାଲ୍କୁ ପଠାଇବା କାମ ଆରମ୍ଭ ହୋଇଯାଇଛି। ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଅନ୍ୟତ୍ର ପଠାଯାଉଛି। ତେବେ କେଉଁ କାରଣ ଯୋଗୁ ହସ୍ପିଟାଲ୍ରେ ନିଆଁ ଲାଗିଲା ତାହ ଜଣାପଡ଼ିନାହିଁ।

