20200707-doctor

ଗର୍ଭପାତ କରି ବନ୍ଧାହେଲେ ଡାକ୍ତର

Top Storise ରାଜ୍ୟ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ରାଏବଗା ପଞ୍ଚାୟତର ଜଣେ ୧୩ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ସମ୍ପୃକ୍ତ ଡାକ୍ତର ଦେବାଶିଷ ଘୋଷ ଗତ ଜୁନ୍ ୧୫ରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଜବରଦସ୍ତି ଉକ୍ତ ଝିଅର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ବିରମିତ୍ରପୁର ଥାନାର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କ ଦ୍ୱାରା କ୍ରମାଗତ ୪ମାସ ଧରି ଦୁଷ୍କର୍ମ ଶିକାର ହେବା ପରେ ସମ୍ପୃକ୍ତ ନାବାଳିକା ଗର୍ଭବତୀ ହୋଇଥିଲେ। ଆଜି ସକାଳେ ବିରମିତ୍ରପୁର ଥାନାରେ କ୍ରାଇମ ବ୍ରାଞ୍ଚ ଦଳ ଦ୍ୱାରା ପଚରାଉଚରା ପରେ ଡାକ୍ତର ଘୋଷଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାରିଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ କରୁଥିବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *