ତମ୍ବା କଡା ପିନ୍ଧିଲେ କି କି ଲାଭ ମିଳେ ଜାଣନ୍ତୁ

Top Storise ଜୀବନଚର୍ଯ୍ୟା

ଭୁବନେଶ୍ୱର : କିଛି ଲୋକେ ହାତରେ ତମ୍ବା, ପିତ୍ତଳ ଓ ଚାନ୍ଦିର କଡା ପିନ୍ଧି ଥାଆନ୍ତି। ତମ୍ବା କଡା ପିନ୍ଧିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଯେଉଁମାନଙ୍କର ବହୁ ଆଗରୁ ଏହି ସମସ୍ୟା ରହିଛି, ସେମାନଙ୍କ ପାଇଁ ମଧ୍ୟ ଏହା ପିନ୍ଧିବା ବେଶ ଲାଭଦାୟକ। ତମ୍ବା କୋଲେଷ୍ଟେରୋଲ୍‌‌କୁ ମଧ୍ୟ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ତମ୍ବା କଡା ପିନ୍ଧିବା ଦ୍ୱାରା ହିମୋଗ୍ଲୋବିନ୍‌‌ ତିଆରି ହେବାରେ ସହାୟକ ହୋଇଥାଏ। ତ୍ୱଚାର ରକ୍ଷଣାବେକ୍ଷଣା କରିଥାଏ। ଏହାକୁ ପିନ୍ଧିବା ଦ୍ୱାରା ଶୀଘ୍ର ବାର୍ଦ୍ଧକ୍ୟ କିମ୍ବା ବୟସ ବଢିବା ପ୍ରଭାବ ତ୍ୱଚାରେ ଦେଖାଯାଏ ନାହିଁ। ଏହା ଶରୀରରେ ଅଦରକାରୀ ପଦାର୍ଥର ମାତ୍ରା କମ୍‌‌ କରିବାରେ ସହାୟକ ହୋଇଥାଏ।ହାତରେ ତମ୍ବା କଡା ଧାରଣ କରିବା ଦ୍ୱାରା ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏହା କ୍ରୋଧକୁ ନିୟନ୍ତ୍ରଣ ରଖିଥାଏ। ନକରାତ୍ମକ ଶକ୍ତିରୁ ମଧ୍ୟ ଏହା ରକ୍ଷା କରିଥାଏ. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।ସୂର୍ଯ୍ୟଗ୍ରହ ଦୁର୍ବଳ ଥିଲେ, ତମ୍ବା କଡା ପିନ୍ଧିବା ଦ୍ୱାରା ସୂର୍ଯ୍ୟଙ୍କ ସ୍ଥିତି ମଜଭୂତ ହୋଇଥାଏ। ଏହାଦ୍ୱାରା ଉନ୍ନତି ହେବା ସହ ମାନସମ୍ମାନ ବୃଦ୍ଧି ହୋଇଥାଏ। କଡା ପ୍ରଭୁ ହନୁମାନଙ୍କ ପ୍ରତୀକ। ଏହାକୁ ପିନ୍ଧିବା ଦ୍ୱାରା ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ସମସ୍ତ ସଙ୍କଟ ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *