ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିବା ନେଇ ବାପା ବିରୁଦ୍ଧରେ ଅଭିଯୋଗ ଆଣିଲେ ମା’

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ନିଜ ୧୨ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା। ଏନେଇ ଝିଅର ମାଆ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ।

ପିଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ, ନାବାଳିକାର ବାପା ପ୍ରତିଦିନ ମଦ ପିଇ ମା’ଙ୍କୁ ପିଟୁଥିଲା । ଯେଉଁଥିପାଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ତେବେ ନିର୍ଯାତନା ବଢିଯିବାରୁ ଝିଅକୁ ଧରି ମାଆ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ। ତେବେ ବେଳେ ଅଭିଯୁକ୍ତ ସେଠାକୁ ଯିବା ଆସିବା କରୁଥିବା ମଧ୍ୟ ସେ କହିଛନ୍ତି ।

ତେବେ ରବିବାର ଦିନ ନାବାଳିକାଜଣଙ୍କ ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ଜଣଙ୍କ ଘରେ ପହଞ୍ଚି ନାବାଳିକାକୁ ଦୁଷ୍କର୍ମ କରିଥିବ ସେ କହିଛନ୍ତି। ନାବାଳିକାଜଣଙ୍କ ଏ ସଂପର୍କରେ ତା’ ମା’ଙ୍କୁ କହିବା ପରେ ଉଭୟ ମହିଳା ଥାନାରେ ଅଭିଯୋଗ କରିଥିଲେ।

ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ପୋକ୍‌ସୋ ଆଇନ ଅନୁସାରେ ଅଭିଯୁକ୍ତ ବାପା ବିରୋଧ‌ରେ ଏକ ମାମଲା ରୁଜୁ କରିଛି। ନାବାଳିକାର ଡାକ୍ତରୀମାଇନା କରାଯିବା ସହ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ଅନ୍ୟପଟେ ଅଭିଯୁକ୍ତଜଣଙ୍କ ଫେରାର୍‌ ଥିବାରୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *