ପୋଲିସ ନାଁରେ ନବବଧୂକୁ ହତ୍ୟା ଅଭିଯୋଗ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ପୁଲିସ୍ ନାଁରେ ହତ୍ୟା ଅଭିଯୋଗ। ମିଳିଥିବା ସୂଚନା ଅନୁସାରେ ତୋମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଚ୍ଛାୟତ ଏବଂ  ତାଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କ ନାଁରେ ହତ୍ୟା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ।

ଏ ନେଇ ତୋମାଣ୍ଡୋ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ମୃତଦେହ। ମୁତକ ଜଣଙ୍କ ହେଲେ ବନ୍ଦନା ଜେନା । ଗତ ଫେବୃଆରୀ ମାସରେ ତମାଣ୍ଡୋରେ ବିବାହ କରିଥିଲେ। ମୃତ ମହିଳାଙ୍କ ବେକରେ ରଶି ଲଗା ଦାଗ ସ୍ପଷ୍ଟ ଭାବେ ଦେଖାଯାଉଛି। ତେଣୁ କେଉଁ ପରିସ୍ଥିତି ଏବଂ କାହିଁକି ଏଭଳି ଘଟଣା ଘଟିଲା, ସେ ସଂପର୍କରେ ପୁଲିସ୍ ଛାନ୍‌ଭିନ୍‌ ଆରମ୍ଭ କରିଛି। ପୋଲିସ ମାମଲା ରୁଜୁ କରିବା ସହ ସ୍ବାମୀ ଯାମିନୀ ଜେନାଙ୍କୁ ଅଟକ ରଖିଛି। ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *