ବାଲେଶ୍ବର: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏଠାରେ କୋଭିଡ ପରିଚାଳନାର ସମୀକ୍ଷା କରିବା ପରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଦିନ ସୂଚନା ଦେଇ କହିଛନ୍ତି ଯେ ନୂଆ ଡାକ୍ତରଖାନାରେ ଆଇସିୟୁ ଏବଂ ଓଟି ସୁବିଧା ସହିତ ୧୦୦ଟି ବେଡ୍ ରହିବ।
ଏତଦ୍ ବ୍ୟତୀତ ଜରୁରୀ କାଳୀନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଉ ୧୦ ଜଣ ନର୍ସଙ୍କୁ ତୁରନ୍ତ ଜ୍ୟୋତି ହସ୍ପିଟାଲରେ ନିୟୋଜିତ କରାଯିବ।
ତେବେ ପୂର୍ବରୁ ବାଲେଶ୍ବରରେ ୧୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା ଅଛି।
ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାରେ ୨୦୦ ରୁ ଅଧିକ ପାରାମେଡିକ୍ କର୍ମଚାରୀଙ୍କୁ ନେଇ କରୋନା ମହାମାରୀ ଉପରେ ଜନସଚେତନତା ଅଭିଯାନ ଆରମ୍ଭ କରାଯିବ।