ବିଧାନସଭାର ମୌସୁମୀ ଅଧିବେଶନ: ମାସ୍କ ଓ ଫେସ୍ ସିଲ୍‌ଡରେ ବିଧାୟକ

Top Storise ରାଜନୀତି ରାଜ୍ୟ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ଗୃହ କାର୍ଯ୍ୟ । ପ୍ରଥମ ଦିନରେ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଗୃହକୁ ୩ଟା ଯାଏଁ ମୁଲତବୀ ରଖାଯାଇଛି ।

ତେବେ କିଛି ବରିଷ୍ଠ ବିଧାୟକ ଲୋକସେବା ଭାବନରୁ ଭିଡିଓ କନ୍ଫରେନ୍ସି ରେ ଉପସ୍ଥିତ ଥିବା ବେଳେ କିଛି ଜିଲ୍ଲା ପ୍ରଶାସନ ମୁଖ୍ୟ କାର୍ଯ୍ୟଲୟରୁ  ଯୋଗ ଦେଇଛନ୍ତି। ଅନ୍ୟମାନେ ଗୃହରେ ଉପସ୍ଥିତ ରହିବା ସହ ଦର୍ଶକ ଗ୍ୟାଲେରୀ ବାଚସ୍ପତି ଗ୍ୟାଲେରିରେ ବି ବିଧାୟକ ମାନେ ବସିବା ପାଇଁ ଆୟୋଜନ କରାଯାଇଛି ।

ଚଳିତ ଅଧିବେଶନରେ ପ୍ରଶ୍ନକାଳ ବାତିଲ କରାଯାଇଛି। ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ ଓ ମନ୍ତ୍ରୀ ମାସ୍କ ,ଫେସ ସିଲଡ଼ ଓ ଗ୍ଲୋବସ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ସମସ୍ତ ବିଧାୟକ ସାମାଜିକ ଦୁରତା ଅବଲମ୍ବନ କରିଥିବା ବେଳେ ସବୁ ସିଟ ଆଗରେ କାଚ କଭର ଲଗାଯାଇଛି।

Leave a Reply

Your email address will not be published. Required fields are marked *