ହିନ୍ଦୁ ଧର୍ମରେ ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନାର ଖୁବ୍ ମହତ୍ତ୍ୱ ରହିଛି। ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ମାତ୍ର ପ୍ରତ୍ୟେକ ଦିନ ମଧ୍ୟ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। ସକାଳ ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।ପୂଜାରେ ଫୁଲର ଖୁବ ମହତ୍ତ୍ୱ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ପାତ୍ରରେ ଫୁଲ ନିଶ୍ଚୟ ରଖନ୍ତୁ। ସୂର୍ଯ୍ୟଙ୍କୁ ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।ଅକ୍ଷତକୁୁ ଖୁବ ପବିତ୍ର କୁହାଯାଏ। ଦେବୀଦେବତାଙ୍କ ପୂଜା କିମ୍ବା ଯେକୌଣସି ଶୁଭ କାର୍ଯ୍ୟରେ ଅକ୍ଷତର ନିଶ୍ଚୟ ବ୍ୟବହାର ହୋଇଥାଏ। ଜଳରେ ଅକ୍ଷତ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଜୀବନରେ ସୁଖ-ଶାନ୍ତି ସର୍ବଦା ରହିଥାଏ।ଜଳ ଅର୍ପଣ କରୁଥିବା ପାତ୍ରରେ ଲାଲ ସୂତା ବାନ୍ଧି ଦିଅନ୍ତୁ। ସୂତା ବାନ୍ଧିବା ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କଲେ ଜାତକରେ ସୂର୍ଯ୍ୟ ଦୋଷ ଦୂର ହୋଇଥାଏ। ବିଭିନ୍ନ ରୋଗ ଦୂର ହୋଇଥାଏ।ହଳଦୀକୁ ଖୁବ ଶୁଭ କୁହାଯାଏ। ବିବାହ ଭଳି ମାଙ୍ଗଳିକ କାର୍ଯ୍ୟରେ ମୁଖ୍ୟତଃ ହଳଦୀର ବ୍ୟବହାର କରାଯାଏ। ଜଳରେ ହଳଦୀ ମିଶାଇ ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ। ଶୀଘ୍ର ବିବାହ ହୋଇଥାଏ।ଭଗବାନଙ୍କ ଭୋଗରେ ମିଶ୍ରିର ପ୍ରୟୋଗ କରାଯାଏ। ଭୋଗରେ ମିଶ୍ରି ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ସମୟରେ ଜଳରେ ଅଳ୍ପ ମିଶ୍ରି ମିଶାଇ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କ ବିଶେଷ କୃପା ମିଳିବା ସହ ଜୀବନରେ ଖୁସି ସର୍ବଦା ରହିଥାଏ।
