20200708-tree

ଭି.ଏସ୍,ଏସ ନଗରରେ ବନମହୋତ୍ସବ ସପ୍ତାହ ପାଳନ

Top Storise ରାଜ୍ୟ

ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ଭି.ଏସ୍.ଏସ ନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଅକ୍ଷୟ ସ୍ବାଇଁ, ଦୀପକ ନାୟକ, ନଳିନୀକାନ୍ତ ବେହେରା, ନରେନ୍ଦ୍ର ବିଶ୍ୱାଳ, କମଳାକାନ୍ତ ରାଉତରାୟ, ଦେବାନନ୍ଦ ଦାସ ବିଜେଡି ନେତ୍ରୀ ମନୋରମା ପାତ୍ର, ସୁଚିତ୍ରା ବେହେରା, ଇସା ମହାନ୍ତି, ପୁଷ୍ପଲତା ରାଉଳ, ସ୍ନେହଲତା ମୁଦୁଲି, ନୃସିଂହ ଧଳ, ସର୍ବଜିତ୍ ସାହୁ, ସୁଶାନ୍ତ ମୁଦୁଲି, ପୁଷ୍ପଲତା ନାୟକ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନକରିଥିଲେ । ଆଗାମୀ ଦିନରେ ଗ୍ଲୋବାଲ ୱାର୍ମିଂ ଓ ପରିବେଶର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳ ରେ ୧୦୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିବା ପାଇଁ ଶପଥ ମଧ୍ୟ ନେଇଛନ୍ତି ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *