ଶିବ ତାଣ୍ଡବ ସ୍ତୋତ୍ରର ଅମାପ ମହିମା

ଜୀବନଚର୍ଯ୍ୟା

ଭୁବନେଶ୍ୱର : ରାବଣ ଥିଲା ପ୍ରଭୁ ଶିବଙ୍କ ପରମ ଭକ୍ତ । ରାବଣ ଦ୍ୱାରା ରଚିତ ଶିବ ତାଣ୍ଡବ ସ୍ତ୍ରୋତ୍ର ଆଜି ବି ଶିବଭକ୍ତି ମାନେ ପରମଭକ୍ତିରେ ପାଠ କରନ୍ତି । ଛନ୍ଦ-ତାଳ- ଲୟ ସଅ ଅତ୍ୟନ୍ତ ଉଚ୍ଚକୋଟୀର ଭାବ ଭାଷା ନେଇ ଲିଖିତ ଏହି ସ୍ତୋତ୍ରକୁ ପରମ ଭକ୍ତିର ସହ ପାଠ କଲେ ବହୁ ସୁଫଳ ମିଳିଥାଏ ବୋଲି ବିଶ୍ୱାସ । ବିଶେଷ କରି ଶିବ ତାଣ୍ଡବ ସ୍ତୋତ୍ର ପାଠ କଲେ ମନୋକାମନା ଅଚିରେ ପୂରଣ ହେବା ଦୁଃଖ ବିପତି ଦୂର ହୋଇଥାଏ ବୋଲି ଜ୍ୟୋତିଷମାନେ ମତ ଦେଇଥାନ୍ତି ।ଶିବ ତାଣ୍ଡବ ପଛରେ ରହିଛି ରୋଚକ ପୈାରାଣିକ ତଥ୍ୟ କୁହାଯାଏ ଯେବେ ରାବଣ ଭଗବାନ ଶିବଙ୍କ ନିବାସ ସ୍ଥଳ କୈଳାସ ପର୍ବତକୁ ନିଜ ସାମ୍ରାଜ୍ୟକୁ ନେଇଟିବା ପାଇଁ ଅଗ୍ରସର ହେଲା ଶିବ ଆଙ୍ଗୁଠିରେ ଏହି ପର୍ବତକୁ ତଳକୁ ଚାପିଦେଲେ । ଯେମିତିକି ରାବଣ ଚାପି ହୋଇଯିବ ଆଉ ପର୍ବତକୁ ଟେକି ପାରିବ ନାହିଁ । ସେହି ସମୟରେ ରାବଣ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିଥିଲା । ତାଣ୍ଡବର ଅର୍ଥ ଉଛୁଳିବା । ଅର୍ଥାତ ଶିବ ତାଣ୍ଡବ ପାଠ କଲେ ମନ ଓ ଶରୀରରେ ଅଫୁରନ୍ତି ଶକ୍ତି ଉତ୍ପନ୍ନ ହୁଏ । କୈାଣସି ସ୍ୱାସ୍ଥ୍ୟଗତ ସମସ୍ୟା ହେଉ କି ଶତ୍ରୁ ଦ୍ୱାରା ହଇରାଣ ହରକତ ହେଉଥିଲେ କିମ୍ବା ଆର୍ଥିକ ସମସ୍ୟା ନେଇ ଗତି କରୁଥିଲେ ଶିବ ତାଣ୍ଡବ ପାଠ କରିବା ଦ୍ୱାରା ଏସବୁର ନିରାକରଣ ହୋଇପାରିବ । ଗ୍ରହଦଶା ଦୂର କରିବା ଲାଗି ମଧ୍ୟ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିବା ଲାଭଦାୟକ ।ଶିବ ତାଣ୍ଡବ ପାଠ କରିବା ପାଇଁ କେତେକ ନୀତିନିୟମ ମାନିବା ଉଚିତ୍ । ଯେପରିକି ପ୍ରତ୍ୟୁଷ ତଥା ସନ୍ଧ୍ୟା ସମୟରେ ଏହି ସ୍ତୋତ୍ର ପାଠ କରିବାର ସର୍ବୋକ୍ରଷ୍ଟ ସମୟ । ପାଠ କରିବା ପୂର୍ବରୁ ସଫା ସୁତୁରା ରହିବା ନିହାତି ଜରୁରୀ । ସଫା ଆସନରେ ବସି ଧୂପ ଦ୍ୱୀପ ଲଗାଇ ନୈବେଦ୍ୟ ଅର୍ପଣ କରି ଭଗବାନ ଶିବଙ୍କ ଉଦେ୍ଧଶ୍ୟରେ ଭକ୍ତି ନିବେଦନ କରନ୍ତୁ । ପ୍ରଣାମ କରିବାପରେ ପଦ୍ମାସନ କିମ୍ବା ସହଜ ଆସନରେ ବସି ସ୍ପଷ୍ଟ ଭାବେ ଶିବ ତାଣ୍ଡବ ସ୍ତ୍ରୋତ୍ର ଗାନ କରନ୍ତୁ । ଏହା ପରେ କିଛି ସମୟ ଲାଗି ଧ୍ୟାନ କରି ନିଜର ତଥା ବିଶ୍ୱର କଲ୍ୟାଣ ଲାଗି ଶିବଙ୍କୁ ପ୍ରାର୍ଥନା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *