ଭୁବନେଶ୍ୱର: ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ଚଳିତ ଥର ପାଖାପାଖି ୫.୩୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀ ମାନେ ନିଜ ପରୀକ୍ଷା ଫଳ ୱେବସାଇଟ ମାଧ୍ୟମରେ ଚେକ୍ କରିପାରିବେ ।
ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ରେଜଲ୍ଟ ଜୁଲାଇ ୨୭ ତାରିଖରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଚଳିତ ଥର ଫେବୃଆରୀ ୧୯ରୁ ମାର୍ଚ୍ଚ ଦୁଇ ତାରିଖ ଯାଏଁ ମାଟ୍ରିକ୍ ପରୀକ୍ଷା ଜାରି ରହିଥିଲା । ହେଲେ ମହାମାରୀ କରୋନା ଭାଇରସ୍ ଯୋଗୁଁ ଜାରି ଲକଡାଉନ୍ ଫଳରେ ମାଟ୍ରିକ୍ ଖାତା ମୂଲ୍ୟାଙ୍କନରେ ସାମାନ୍ୟ ସମସ୍ୟା ଉପୁଜିଥିଲା । ତଥାପି ଜୁନ୍ ସୁଦ୍ଧା ବୋର୍ଡ ପକ୍ଷରୁ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥିଲା । ସେହିପରି ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ଅଗଷ୍ଟ ମାସରେ ପ୍ରକାଶ ପାଇବ ବୋଲି ଆଧିକାରୀଙ୍କ ସୁତ୍ରରୁ ଜଣାପଡିଥିଲା । ଏପରିକି +୨ର ବାକି ଥିବା କିଛି ପରୀକ୍ଷାକୁ ବାତିଲ୍ ମଧ୍ୟ କରାଯାଇଥିଲା ।