ହୃଦ୍‌ଘାତ: ଏପରି ରଖନ୍ତୁ ନିଜକୁ ସୁରକ୍ଷିତ

Top Storise ଜୀବନଚର୍ଯ୍ୟା

ଭୁବନେଶ୍ବର: ହୃଦଘାତ ସାଧାରଣତଃ ୪୦ ବର୍ଷରୁ କମ୍ ବୟସର ଲୋକଙ୍କୁ ହୋଇନଥାଏ। ହେଲେ ବର୍ତ୍ତମାନ ୩୦-୪୦ ବର୍ଷ ବୟସର ଯୁବକମାନଙ୍କ କ୍ଷେତ୍ରରେ ବି ହୃଦ୍‌ଘାତ ଘଟୁଥିବା ଦେଖିବାକୁ ମିଳୁଛି। ଏହା ଏକ ଚିନ୍ତାଜନକ କଥା ଅଟେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମାନସିକ ଚାପ, ଜୀବନଶୈଳୀ, ଶାରୀରିକ ପରିଶ୍ରମର ଅଭାବ ଏବଂ ନିଦ୍ରାଭାବ ହେତୁ ଦେଖାଯାଏ। ସାମାନ୍ୟ ଖାଦ୍ୟରୁ ବି ହୋଇପାରେ ହୃଦଘାତ। ହୃଦଘାତକୁ ଏଡାଇବା ପାଇଁ ଆମେମାନେ ନିଜର ଖାଦ୍ୟଗତ ଶୈଳୀକୁ ବଦଳାଇବା ନିହାତି ଆବଶ୍ୟକ।ମଣିଷ ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ୱ ଓ ଅମ୍ଲଜାନ ନିହାତି ଦରକାର ପଡ଼ିଥାଏ । ଆଜିକାଲି ଆମେ ଯେଉଁ ଖାଦ୍ୟ ସବୁ ଖାଉଛନ୍ତି ତାହା ବିଷ ସଦୃଶ୍ୟ ହୋଇଯାଇଛି। ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିବା ସହ ଆମକୁ ହୃଦଘାତ ଭଳି ମାରାତ୍ମକ ରୋଗର ନିକଟବର୍ତ୍ତୀ କରାଉଛି । ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ମଣିଷକୁ ସିଧାସଳଖ ହୃଦଘାତର ନିକଟତର କରାଇଥାଏ। ଯାହା ମଣିଷର ଜୀବନ ମଧ୍ୟ ନେବାକୁ ପଛାଇ ନଥାଏ । ଏଥିପାଇଁ ଖାଦ୍ୟରେ କମ୍ ଲୁଣ ବ୍ୟବହାର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବୈଜ୍ଞାନିକମାନଙ୍କ ଗବେଷଣାରୁ ପ୍ରକାଶ ପାଇଥିବା ଏକ ତଥ୍ୟ ଅନୁଯାୟୀ କମ୍‌ ପରିମ‌ାଣର ସୋଡିୟମ୍‌ ଗ୍ରହଣ କରୁଥିବା ବ୍ୟକ୍ତି ହୃଦଘାତ ପରି ସମସ୍ୟାରୁ ଦୂରେଇ ରହନ୍ତି।ଅଧିକ ପରିମାଣରେ ଲୁଣ ଖାଇଲେ ଏହା କେବଳ ହୃଦ୍‌ରୋଗ ନୁହେଁ ବରଂ ରକ୍ତଚାପ ଓ ‌ଷ୍ଟ୍ରୋକ୍‌ ପରି ସମସ୍ୟାର ମଧ୍ୟ କାରଣ ବନିଥାଏ। ସମୟେ ସମୟେ ଏହା ପେଟ କର୍କଟ ଓ ଯତ୍କୃତ ରୋଗର କାରଣ ମଧ୍ୟ ବନିଥାଏ। ହୃଦ୍‌ରୋଗରୁ ବଞ୍ଚିବା ପାଇଁ ଆପଣଙ୍କୁ କେବଳ ଲୁଣ ନୁହେଁ, ବରଂ ମସଲାଜାତୀୟ ଖାଦ୍ୟରୁ ବି ନିଜକୁ ନିବୃତ ରଖିବାକୁ ପଡ଼ିବ। ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ହୃଦ୍‌ରୋଗ ସମସ୍ୟା ଉପୁଜି ଥାଏ।

Leave a Reply

Your email address will not be published. Required fields are marked *