ଦୋସା ଖାଇବାକୁ ସମସ୍ତେ ପ୍ରାୟ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ କେବେ ୧୬୦୦ଟଙ୍କିଆ ଦୋସା ଖାଇଛନ୍ତି ?ଆମେରିକାର ନ୍ୟୁୟର୍କ,ସାନ୍ଫ୍ରାନସିସକୋ ଭଳି ଅଗ୍ରଣୀ ସହରରେ ଭାରତୀୟ ରେସ୍ତେରାଁ ସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି । ନ୍ୟୁୟର୍କରେ ୧୯୯୦ବେଳକୁ ଦକ୍ଷିଣ ଭାରତୀୟ ରେସ୍ତୋରାଁ ‘ପୋଙ୍ଗଲ’ର ଆରମ୍ଭ ହୋଇଥିଲା । ସେତେବେଳେ କେବଳ ଭାରତୀୟ ଲୋକେ ସେଠି ଭିଡ କରୁଥିଲେ । ସମୟକ୍ରମେ ବିଦେଶୀମାନେ ବି ଆମ ଭାରତୀୟ ଖାଦ୍ୟ ମୋହରେ ବାନ୍ଧିହେଲେ ।
ଖାଦ୍ୟ ତାଲିକାଠାରେ ସବୁଠୁ ଆଗରେ ଦୋସା ରହିଲା । ରେସ୍ତୋରାଁ ମେନୁରେ କିନ୍ତୁ ଦୋସା ନାମ ବଦଳାଇ ସ୍ଥାନୀୟ ରୋଷେୟା ବିଦେଶୀ ଲୋକ ବୁଝିଲା ଭଳି ତା’ ନାମ ‘ନେକେଡ୍ କ୍ରେପ୍’ ରଖିଛନ୍ତି । ସେଠି ଗୋଟିଏ ଦୋସାର ଦାମ୍ ୧୬୦୦ଟଙ୍କା । ଚଟଣି, ସମ୍ବର ପ୍ରଥମଥର ଦୋସା ସହିତ ଖାଇଲେ ତା’ ପାଇଁ ପ୍ରାପ୍ୟ ନିଆଯାଏନି କିନ୍ତୁ ଗ୍ରାହକ ୨ୟଥର ଖାଇବାକୁ ଚାହିଁଲେ, ୪୫୦ ଟଙ୍କା ଅଗ୍ରିମ ଦେବାକୁ ପଡେ ।