ନୁଆଦିଲ୍ଲୀ: ମଇ ମାସରେ ସେବା ଏବଂ ଦ୍ରବ୍ୟ କର(ଜିଏସ୍ଟି) ସଂଗ୍ରହ ଗତବର୍ଷ ମାଇ ତୁଳନାରେ ୧୨ ପ୍ରତିଶତ ବଢି ୧,୫୭,୦୯୦ କୋଟିରେ ପହଞ୍ଚିଛି। ମଇ ମାସରେ ମୋଟ୍ କର ସଂଗ୍ରହ ୧,୫୭,୦୯୦ କୋଟି ରହିଥିଲା। ଏଥିରେ ସିଜିଏସ୍ଟି ୨୮,୪୧୧ କୋଟି, ଏସ୍ଜିଏସ୍ଟି ୩୫,୮୨୮ କୋଟି ଏବଂ ଆଇଜିଏସ୍ଟି ୮୧,୩୬୩ କୋଟି ରହିଥିଲା। ମଇ ମାସରେ ସରକାର ଇଣ୍ଟିଗ୍ରେଟେଡ୍ ଜିଏସ୍ଟି ରୁ ସେଣ୍ଟ୍ରାଲ୍ ଜିଏସ୍ଟି ରେ ୩୫,୩୬୯ କୋଟି ଏବଂ ରାଜ୍ୟ ଜିଏସ୍ଟିରେ ୨୯,୭୬୯ କୋଟି ଟଙ୍କା ସେଟେଲମେଣ୍ଟ କରିଛନ୍ତି ।
ଭାରତରେ ଜିଏସ୍ଟି ଲାଗୁ ହେବା ପରେ ପଞ୍ଚମ ଥର ପାଇଁ ଜିଏସ୍ଟି ସଂଗ୍ରହ ମଇ ମାସରେ ୧.୫୭ ଲକ୍ଷ କୋଟି ପାର କରିଛି । ତେବେ ଏହା ଏପ୍ରିଲ ମାସରେ ସଂଗ୍ରହ ହୋଇଥିବା ଜିଏସ୍ଟି ଠାରୁ କମ୍ ଅଟେ । ଏପ୍ରିଲ ମାସରେ ବାର୍ଷିକ ଆଧାରରେ ଜିଏସ୍ଟି ସଂଗ୍ରହ ୧୨ ପ୍ରତିଶତ ବଢି ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । ଏହା କୌଣସି ଏକ ମାସରେ ସଂଗ୍ରହ ହୋଇଥିବା ସର୍ବାଧିକ ଜିଏସ୍ଟି ଅଟେ ।
ସେହିପରି ମଇ ମାସରେ ଲଗାତାର ୧୪ ମାସ ପାଇଁ ଜିଏସ୍ଟି ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଉପରେ ରହିଛି । ଆର୍ଥିକ ବର୍ଷ ୨୦୨୨-୨୩ରେ ମୋଟ୍ ଜିଏସ୍ଟି ସଂଗ୍ରହ ୧୮.୧୦ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା ପୁର୍ବ ଆର୍ଥିକ ବର୍ଷଠାରୁ ୨୨ ପ୍ରତିଶତ ଅଧିକ ।