୧୩୦ପେଟି ବିଦେଶୀ ନକଲି ମଦ ଜବତ

Top Storise ରାଜ୍ୟ

ରାୟଗଡ଼ା: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରି ୧୩୦ ପେଟି ବିଦେଶୀ ନକଲି ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି।

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନ୍ତରଝୋଲି ନିକଟରେ ଅତର୍କିତଭାବେ ଚଢ଼ାଉ କରାଯାଇଥିଲା। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ବିଶ୍ୱ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଦୁଇଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ୧୫ଜଣିଆ ଟିମ ଆସି ଚଢ଼ାଉ କରିଥିଲେ। ଚଢ଼ାଉ କରି ୧୩୦ପେଟି ବିଦେଶୀ ନକଲି ମଦ ଜବତ କରିଛନ୍ତି। ଏହି ନକଲି ମଦ ରାୟଗଡ଼ାସ୍ଥିତ ମଦ ପ୍ରସ୍ତୁତ କାରଖାନାରୁ (ଏନଡ଼ିପି) ଟିକସ ଫାଙ୍କି ଆଣିଥାଇପାରନ୍ତି ବୋଲି ତଦନ୍ତକାରୀ ଅଧିକାରୀ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *