ନନ୍ଦନକାନନ ପଛ ପଟେ ୨୦ଟି ବଣୁଆ ହାତୀ

Top Storise ରାଜ୍ୟ

ଭୁବନେଶ୍ୱର:  ନନ୍ଦନକାନନ ନିକଟରେ ପହଞ୍ଚିଛନ୍ତି ପ୍ରାୟ ୨୦ଟି ବଣୁଆ ହାତୀ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଛପଟ ଗେଟ୍ ନିକଟରେ ଏମାନେ ଡେରା ପକାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି। ହାତୀଗୁଡ଼ିକ ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖ ଅଞ୍ଚଳରେ ଚରାବୁଲା କରୁଛନ୍ତି। ଆଠଗଡ଼ ଜଙ୍ଗଲରୁ ଦୁଇଟି ଦଳରେ ଏହି ହାତୀ ଚାଲି ଆସିଛନ୍ତି। ଗୋଟିଏ ଦଳରେ ୧୧ ଓ ଅନ୍ୟ ଦଳରେ ୯ଟି ହାତୀ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ହାତୀଙ୍କ ସଂଖ୍ୟା ଓ ଗତିବିଧି ଜାଣିବା ପାଇଁ ଡ୍ରୋନ୍ ସର୍ଭେ ହୋଇଥିଲା।

ସେପଟେ ସନ୍ଧ୍ୟାରେ ହାତୀଗୁଡ଼ିକ ଆଠଗଡ଼ ବନ ଅଞ୍ଚଳ ଆଡ଼କୁ ମୁହାଁଇଥିବା ଜଣାପଡ଼ିଛି। ତେଣୁ ହାତୀଙ୍କୁ ଘଉଡ଼ାଇବା ପାଇଁ ସଜାଗ ଥିବା ବନ ବିଭାଗ ଟିମ୍ ଦାରୁଠେଙ୍ଗ ଦେଇ ଯାଇଥିବା ରାସ୍ତା ଉପରେ ସଜାଗ ରହିଛନ୍ତି। ହାତୀମାନେ କିପରି ସୁବିଧାରେ ରାସ୍ତା ପାର କାରିପାରିବେ ସେଥିନିମନ୍ତେ ଗାଡ଼ିଗୁଡ଼ିକୁ ଅଟକାଇ ରଖାଯାଉଛି। ହାତୀମାନେ ସ୍ୱତଃ ଜଙ୍ଗଲ ଆଡ଼କୁ ଫେରୁଥିବାରୁ ଲୋକଙ୍କୁ ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ବନ ବିଭାଗ ସୁତ୍ରରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *