ଭୁବନେଶ୍ବର : ଓଡ଼ିଶା ବିକାଶ ପରିଷଦ ମୁଖ୍ୟଙ୍କ ଘରେ ଭଙ୍ଗାରୁଜା

ଭୁବନେଶ୍ବର : ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ସୁଶାନ୍ତ ପାଢ଼ୀଙ୍କ ଘରେ ଆଜି ଭଙ୍ଗାରୁଜା ହୋଇଛି। ବମିଖାଲ କେନାଲ ରୋଡ ସାଇବିହାର ସ୍ଥିତ ତାଙ୍କ ଘରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ଗଣ୍ଡଗୋଳ କରିଛନ୍ତି। ପୁଲିସ ଉପସ୍ଥିତିରେ ୪୦ରୁ ଅଧିକ ଯୁବକ ଅଣ୍ଡାମାଡ଼ ଓ ଢେଲାମାଡ଼ କରିଛନ୍ତି। ଏପରିକି ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଛି। ଏ ନେଇ ସୁଶାନ୍ତ ଲକ୍ଷ୍ମୀସାଗର ଥାନାରେ ଲିଖିତ […]

Continue Reading

ଭୁବନେଶ୍ୱର : ୧୬୦ ମୁନିଆ ପକ୍ଷୀ ଜବତ, ବେଙ୍ଗାଲୁରୁ ଚାଲାଣ ହେଉଥିଲା, ବାପ-ପୁଅ ଗିରଫ

ଭୁବନେଶ୍ୱର : ଦୀର୍ଘ ଦିନରୁ ଛକିଥିଲା ଏସ୍‌ଟିଏଫ୍‌। ବନ ବିଭାଗ ମଧ୍ୟ ବିଛାଇଥିଲା ଜାଲ। ହେଲେ ବାରମ୍ବାର ଖସି ଯାଉଥିଲେ ବାପ-ପୁଅ। ଆଜି ଦୀର୍ଘ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ଓଡ଼ିଶାରୁ ବେଙ୍ଗାଲୁରୁକୁ ନିଷିଦ୍ଧ ପକ୍ଷୀ ଚାଲାଣ ବେଳେ ବନବିଭାଗକୁ ମିଳିଛି ସଫଳତା। ପୁରୁଣା ଭୁବନେଶ୍ୱର ନୂଆ ଲିଙ୍ଗରାଜ ମାର୍କେଟ ବିଲ୍‌ଡିଂ ନିକଟରୁ ୧୬୦ ମୁନିଆ ପକ୍ଷୀ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ବାପ-ପୁଅଙ୍କୁ ଗିରଫ କରିଛି ବନ ବିଭାଗ। ଉଭୟ ଅଭିଯୁକ୍ତ ହେଉଛନ୍ତି ପୁରୁଣା ଭୁବନେଶ୍ବର […]

Continue Reading

ରଥଯାତ୍ରାରେ ଭଜନ ‘କଳା କାଇଁଚ’ ରିଲିଜ୍

ଚନ୍ଦ୍ରଶେଖରପୁର : ବଡ଼ଦାଣ୍ଡରେ ରଥ ଗଡ଼ିବ ବୋ‌ଲି ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେବା ପରେ କୋଟି କୋଟି ଜଗନ୍ନାଥପ୍ରେମୀମାନଙ୍କ ମଧ୍ୟରେ ଅପୂର୍ବ ଖୁସିର ଲହରି ଖେଳିଯାଇଛି। ଓଡ଼ିଆ କଳାକାର ମହଲରେ ମଧ୍ୟ ଅଧିକ ଆନନ୍ଦର ଲହରି ଖେଳିଯାଇଛି। ତେଣୁ ଓଲିଉଡ୍‌ ମେଲୋଡି କଣ୍ଠଶିଳ୍ପୀ ଆରୋହି ଅଜିତା ଆଜି ସଂଧ୍ୟାରେ ଭଜନ ‘କଳା କାଇଁଚ’କୁ ଏକ ୱେବ୍ ମାଧ୍ୟମରେ ରିଲିଜ୍ କରିଛନ୍ତି। ସେ ନିଜେ ଏହି ଭଜନର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚତୁର୍ଭୁଜ ସାହୁଙ୍କ ରଚନାରେ ଆରୋହି ଦ୍ବିତୀୟ […]

Continue Reading

ସୁଶାନ୍ତ ସିଂ ରାଜପୁତ୍ ମାମଲାରେ ସଲମାନଙ୍କୁ ବିଷାକ୍ତ ପୌରୁଷତ୍ବର ପୋଷ୍ଟର ବୟ କହିଲେ ସୋନା ମହାପାତ୍ର

ସୁଶାନ୍ତ ସିଂହ ରାଜପୁତଙ୍କ ବାବଦରେ ସଲମାନ୍‌ ଖାନ୍‌ ଟ୍ବିଟ୍‌ କରିବା ପରେ ଏହାକୁ ନେଇ ସୋନା ମହାପାତ୍ରଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସଲମାନ୍‌ ଟ୍ବିଟ୍‌ରେ ସୁଶାନ୍ତଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏବେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ପରିବାରର ଏହି ଦୁଃଖରେ ଛିଡ଼ା ହେବା ଉଚିତ। ଏହାର ଜବାବରେ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଉକ୍ତି ଥିଲା, ବିଷାକ୍ତ ପୌରୁଷତ୍ବର ପୋଷ୍ଟର୍‌ ବୟ କେବଳ ନିଜର ଲୋକସମ୍ପର୍କ ପାଇଁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ ଏହି ଉକ୍ତି ରଖିଛନ୍ତି।

Continue Reading

ବିନା ମୂଲ୍ୟରେ ଭରପୂର ମନୋରଞ୍ଜନ: ଆଜିଠାରୁ ପୁଣି ଥରେ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ଆରମ୍ଭ କଲା ‘ମଞ୍ଜରୀ’

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଆଜିଠାରୁ ପ୍ରଥମ ଓଡିଆ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଏହାର କାର୍ଯ୍ୟକ୍ରମ ଗୁଡିକର ପ୍ରସାରଣ ଆରମ୍ଭ କରିବାକୁ ଯାଉଛି । ଲକଡାଉନ୍ ସମୟରେ ସରକାରୀ କଟକଣାକୁ ପାଳନ କରି ସମସ୍ତ ମନୋରଞ୍ଜନ ଚ୍ୟାନେଲ ଗୁଡିକ ପକ୍ଷରୁ ସୁଟିଂ ବନ୍ଦ ରହିଥିଲା । ଏବେ ସେସବୁ କଟକଣାରେ କିଛିଟା କୋହଳ ହେବା ପରେ ‘ମଞ୍ଜରୀ’ ପକ୍ଷରୁ ପୁଣି ଥରେ କାର୍ଯ୍ୟକ୍ରମ ଗୁଡିକର ପ୍ରସାରଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ‘ମଞ୍ଜରୀ’ […]

Continue Reading

ଯେବେ ଶାହାରୁଖଙ୍କ ସାମ୍ନାରେ ତାଙ୍କ ଅଭିନୟ କରିଥିଲେ ସୁଶାନ୍ତ…ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଅନେକ ଦିନ ବିତି ଯାଇଥିଲେ ବି ଏବେ ମଧ୍ୟ ଲୋକଙ୍କ ମନରୁ ଲିଭିନି ସୁଶାନ୍ତଙ୍କ ଜଲୱା। ତାଙ୍କର ହସ ହସ ମୁହଁ ସାଙ୍ଗକୁ କମେଡି କରିବାର ଅନ୍ଦାଜ ସଭିଙ୍କୁ ମତୁଆଲା କରୁଥିଲା। ଖାଲି ଦର୍ଶକ ନୁହଁନ୍ତି, ବରଂ ସେଲିବ୍ରେଟିମାନେ ବି ସୁଶାନ୍ତଙ୍କ ଅନ୍ଦାଜକୁ ଖୁବ୍ ପସନ୍ଦ କରୁଥିଲେ। ଥ‌ରେ ଏକ ମଞ୍ଚରେ କିଙ୍ଗ୍‌ ଖାନ ଶାହାରୁଖଙ୍କୁ ଖୁସି କରାଇ ଦେଇଥିଲେ ସୁଶାନ୍ତ। ‌ସେ ଶାହାରୁଖଙ୍କ ସାମ୍ନାରେ ତାଙ୍କର ଏକ […]

Continue Reading

ମଣିପୁରରେ ବିଜେପି ଶାସନର ଅନ୍ତ ଘଟିବ! କଂଗ୍ରେସ ସରକାର ବିରୋଧରେ ଆଣିବ ଅନାସ୍ଥା ପ୍ରସ୍ତାବ

ଇମ୍ଫାଲ୍ : ମଣିପୁରରେ ବିଜେପି ଶାସନର ଅନ୍ତ ଘଟିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓକ୍ରାମ୍‌ ଇବୋବି ସିଂହଙ୍କ ନେତୃତ୍ବରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୩ ବିଜେପି ବିଧାୟକଙ୍କ ସମେତ ୯ ବିରୋଧୀ ବିଧାୟକ ରାଜ୍ୟ କଂଗ୍ରେସରେ ଯୋଗ ଦେବାପାଇଁ ବିଜେପିରୁ ଇସ୍ତଫା ଦେଇ ସାରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଦଳୀୟ ନେତାମାନେ ମଣିପୁର ରାଜ୍ୟପାଳଙ୍କୁ ଭେଟିବା ସହ ସରକାର ଗଠନ ପାଇଁ ଦାବି କରିବେ। ମଣିପୁର ବିଜେପିରେ ଫାଟ ଦେଖାଦେଇଛି। ନେତାମାନେ ବିଜେପି ଏବଂ […]

Continue Reading

ଭାରତ-ଚୀନ୍ ସୀମା ବିବାଦ ସମ୍ବନ୍ଧୀୟ ସର୍ବଦଳୀୟ ବୈଠକ: ଅନିମନ୍ତ୍ରିତ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାନ୍ତସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଉପୁଜିଥିବା ବିବାଦ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଆଜି ସନ୍ଧ୍ୟା ୫ଟା ବେଳେ ଡାକିଥିବା ସର୍ବଦଳୀୟ ବୈଠକ ପୂର୍ବରୁ ରାଜନୈତିକ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହି ବୈଠକରେ ଯୋଗ ଦେବାକୁ ଆମ୍‌ ଆଦ୍‌ମୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଏବଂ ଏଆଇଏମ୍‌ଆଇଏମ୍‌କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଏ ଭଳି ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Continue Reading

୧୯ ରାଜ୍ୟସଭା ଆସନରେ ନିର୍ବାଚନ: ମଧ୍ୟ‌ପ୍ରଦେଶରୁ ଜ୍ୟୋତିରାଦିତ୍ୟ, ଦିଗବିଜୟ ବିଜୟୀ

ନୂଆଦିଲ୍ଲୀ: ଦେଶର ୮ଟି ରାଜ୍ୟରେ ଆଜି ୧୯ଟି ରାଜ୍ୟସଭା ଆସନା ପାଇଁ ନିର୍ବାଚନ ‌ଅନୁଷ୍ଠିତ ହୋଇଯାଇଛି। ୧୯ଟି ଆସନ ମଧ୍ୟରୁ ଆନ୍ଧ୍ର ପ୍ରଦେଶରେ ୱାଏସ୍ଆର୍‌ କଂଗ୍ରେସ ପାର୍ଟି ୪ଟି ଆସନ ପୋଛି ନେଇଛି। ମଧ୍ୟ ପ୍ରଦେଶରେ ୨ଟି ଆସନ ବିଜେପି ଖାତାକୁ ଯାଇଥିବାବେଳେ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ରାଜସ୍ଥାନରେ କଂଗ୍ରେସ ୨ଟି ଆସନରେ ଜିତିଥିବାବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି। ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂହ ସୋଲାଙ୍କି ଜିତିଥିବାବେଳେ […]

Continue Reading

ସରକାର ଭୟରେ ବିଳମ୍ବ କଲେ ଏବଂ ରଥଯାତ୍ରା ନେଇ ନିଷ୍ପତ୍ତି ନେଇପାରିଲେ ନାହିଁ : ନିରଞ୍ଜନ

ଭୁବନେଶ୍ୱର:  ଆମେ କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଉପରେ ପ୍ରକୃତରେ ବିଶ୍ୱାସ କରୁଛେ ସମସ୍ତ କାର୍ଯ୍ୟ ସେଇ ମହାପ୍ରଭୁଙ୍କ ଉପରେ ଛାଡ଼ି ଦିଅନ୍ତୁ, ସେ ନିଷ୍ପତ୍ତି କରିବେ କେଉଁଟା ଭୁଲ କେଉଁଟା ଠିକ୍ । ତାହା ନ କରି ଟିଭି ଆଉ ଖବରକାଗଜରେ ରଥଯାତ୍ରା ଓ କରୋନାକୁ ନେଇ ଯେଉଁ ତୁମ୍ବି ତୋଫାନ ଚାଲିଛି ତାହା ଠିକ୍ ନୁହେଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି,  ଆମର […]

Continue Reading