ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କ’ଣ ୧୮ ତାରିଖରେ ଏ ନିଷ୍ପତ୍ତି ନେଇପାରି ନ ଥାନ୍ତେ? ପ୍ରଶ୍ନ କଲେ ସୌମ୍ୟରଂଜନ

ଭୁବନେଶ୍ୱର: ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ଭାବେ ରଥଯାତ୍ରା ଆୟୋଜନ ପାଇଁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି ଅନୁମତି ପ୍ରଦାନ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମରଂଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଅନୁମତି ଦେଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା।

Continue Reading

ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା

ପୁରୀ: ରଥଯାତ୍ରାର ଅନ୍ୟତମ ପ୍ରମୁଖ ନୀତି ଛେରା ପହଁରା ଚାଲିଛି। ଏବେ ତାଳଧ୍ବଜ,  ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରୁଛନ୍ତି।

Continue Reading

ଆଉ ୩ କରୋନା ଆକ୍ରାନ୍ତଙ୍କ ଜୀବନ ଗଲା, ସମସ୍ତେ କଟକ ଜିଲ୍ଲାର

ଭୁବନେଶ୍ବର: ବିଗତ ୪ ଦିନ ହେଲା ରାଜ୍ୟରେ କ୍ରମାଗତ ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ପରିଲକ୍ଷିତହେଉଛି । ଗତ ୪ଦିନ ମଧ୍ୟରେ କରୋନା ସଂକ୍ରମଣରେ ଜୀବନ ହାରିଲେଣି ୬ ଜଣ ଆକ୍ରାନ୍ତ । ଏଣେ ଆଜି ରାଜ୍ୟରେ ଆଉ ୩ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତିନି ମୃତକ କଟକ ଜିଲ୍ଲାର ହୋଇଥିବା ବେଳେ ଏମାନେ କୋଭିଡ-୧୯ ଭୁତାଣୁରେ ସଂକ୍ରମିତ […]

Continue Reading

ବଡ଼ଦାଣ୍ଡରେ ରଥଟଣା ଆରମ୍ଭ, ଗଡ଼ିଲା ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ

ପୁରୀ:  ଛେରା ପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ ଟଣା ଚାଲିଛି। ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି। ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ। ସେ  ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ। ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ […]

Continue Reading

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ରେଳ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱରରରୁ ସୋମବାର ପୁଣି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୧୧ଜଣଙ୍କ ମଧ୍ୟରୁ ୭ଜଣ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ।

Continue Reading

କେବଳ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ ପାଇଁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଫଳରେ ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର […]

Continue Reading

ବିହାରରେ ଜାଗା ଦାବି କରୁଛି ନେପାଳ; ବନ୍ଦ କରାଇଲା ଭାରତର ନଦୀବନ୍ଧ ମରାମତି କାମ

ନୂଆଦିଲ୍ଲୀ: ନିଜ ଅଞ୍ଚଳ ବୋଲି ଦାବି କରି ସୀମାନ୍ତ ଅଞ୍ଚଳରେ ନେପାଳୀ ସରକାରୀ କର୍ତ୍ତୃପକ୍ଷମାନେ ବିହାର ସରକାରଙ୍କ ଜଳ ସମ୍ପଦ ବିଭାଗର ନଦୀବନ୍ଧ ମରାମତି କାର୍ଯ୍ୟ ଅଟକାଇଛନ୍ତି। ବିହାର ସରକାରଙ୍କ ଅଧିକାରୀମାନେ କହିଛନ୍ତି ଯେ, ପୂର୍ବ ବିହାରର ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ଲାଲ୍ ବେକେ ନଦୀ ବନ୍ଧର ମରାମତି କାର୍ଯ୍ୟ କରିବାକୁ ନେପାଳୀ ସରକାରୀ କର୍ତ୍ତୃପକ୍ଷମାନେ ଅନୁମତି ଦେଉନାହାନ୍ତି। ବିହାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ନଦୀରେ ଅନେକ ବର୍ଷ ତଳୁ ବନ୍ଧ ନିର୍ମାଣ ସରିଥିଲେ ବି […]

Continue Reading

ଛଅଟି ମହାଦେଶରେ ଇସ୍କନ୍‌ କରିବ ବିଶ୍ବର ପ୍ରଥମ ସର୍ବବୃହତ୍ ଡିଜିଟାଲ୍ ରଥଯାତ୍ରା

କୋଲ୍‌କାତା: ମଙ୍ଗଳବାର ଦିନ ବିଶ୍ବର ଛଅଟି ମହାଦେଶରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ସୋସାଇଟି ଫର୍ କ୍ରିଷ୍ଣା କନ୍‌ସାଇଅସ୍‌ନେସ୍’ (ଇସ୍କନ୍) ବିଶ୍ବର ସର୍ବପ୍ରଥମ ଡିଜିଟାଲ୍ ବା ଭର୍ଚ୍ୟୁଆଲ୍ ରଥଯାତ୍ରା ଆୟୋଜନ କରିବ। କୋଭିଡ୍-୧୯ ମହାମାରୀ ସଂକ୍ରମଣ କାରଣରୁ ଏ ବର୍ଷ ଡିଜିଟାଲ୍ ରଥଯାତ୍ରା ନିମନ୍ତେ ଯୋଜନା କରାଯାଇଛି। ଛଅଟି ମହାଦେଶ ଏବଂ ୧୦୮ଟି ରଥ ନିମନ୍ତେ ଏହି ଡିଜିଟାଲ୍‌ ରଥଯାତ୍ରାର ନାଁ ରଖାଯାଇଛି ‘ମର୍ସି ଇନ୍ ହୁଇଲ୍‌ସ୍’ ବା ‘ଚକ୍ରରେ କରୁଣା’।

Continue Reading

ଚୀନ୍ ବିପକ୍ଷରେ ଦୁଇଟି ଯୁଦ୍ଧ ଲଢୁଛନ୍ତି, ଉଭୟରେ ବିଜୟୀ ହେବା: ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ, ଭାରତବାସୀ ଚୀନ୍‌ ବିପକ୍ଷରେ ଦୁଇଟି ସଂଗ୍ରାମରେ ଲଢ଼େଇ କରୁଛନ୍ତି- ଗୋଟିଏ ସୀମାନ୍ତରେ ଏବଂ ଅନ୍ୟଟି ସେଠାରୁ ଉତ୍ପତ୍ତି ହୋଇଥିବା ଭୂତାଣୁ ସହ। ଉଭୟ ଯୁଦ୍ଧରେ ଭାରତବାସୀ ବିଜୟମଣ୍ଡିତ ହେବେ। ହିନ୍ଦୀରେ ଟୁଇଟ୍ କରି ସେ ଲେଖିଛନ୍ତି: ଆଜି ଆମେ ଚୀନ୍ ବିପକ୍ଷରେ ଦୁଇଟି ଯୁଦ୍ଧ ଲଢୁଛନ୍ତି- ଭାରତ ଓ ଚୀନ୍ ସୀମାନ୍ତରେ ଏବଂ ଚୀନ୍‌ରୁ ଆସିଥିବା ଭୂତାଣୁ ବିପକ୍ଷରେ। ଆମର ୨୦ଜଣ ବୀର ଯବାନ […]

Continue Reading

୬୦,୦୦୦ ମହୁମାଛିଙ୍କୁ ୪ଘଣ୍ଟା ଧରି ନିଜ ମୁହଁ ଉପରେ ବସାଇ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କଲେ କେରଳ ଯୁବକ

ତିରୁବନନ୍ତପୁରମ: ମହୁମାଛିର ନାଁ ଶୁଣିଲେ ଅନେକ ଲୋକ ଥରିବା ଆରମ୍ଭ କରନ୍ତି | ଯେଉଁଠି ମହୁଫେଣା ଥାଏ ସେହି ଅଞ୍ଚଳକୁ ଯିବା ପାଇଁ କେହି ସାହସ ମଧ୍ୟ କରନ୍ତି ନାହିଁ | କିନ୍ତୁ କେରଳର ଜଣେ ଯୁବକଙ୍କ ମହୁମାଛି ପ୍ରତି ଥିବା ଭଲ ପାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ମହୁମାଛି ପ୍ରତି ଥିବା ତାଙ୍କ ଭଲ ପାଇବା ପାଇଁ ଏବେ ତାଙ୍କ ନାଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି | ସେ ମହୁମାଛିକୁ […]

Continue Reading