20200710-pratap sadangi copy

ଆସିଲା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: କିଛି ଦିନ ତଳେ ବିଜେପି ବିଧାୟକ କରୋନା ପଜିଟିଭ ଥିବା ଜଣାପଡିଥିଲା। ତାଙ୍କ ସହ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାକ୍ଷାତ କରିଥିଲେ । ବିଧାୟକ ପଜିଟିଭ ଚିହ୍ନଟ ହେବାପରେ ନୂଆ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ସଂଘରୋଧରେ ରଖିଥିବା ପ୍ରକାଶ କରିଥିଲେ । ତେବେ ଗୁରୁବାର ଅପରାହ୍ନରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ତାଙ୍କର ନମୂନା ପରୀକ୍ଷଣ ନିମନ୍ତେ ସଂଗ୍ରହ କରାଯାଇଥିଲା। ଏହାପରେ ଆଜି ଏହାର ରିପୋର୍ଟ ଆସିଛି ଯାହାକି […]

Continue Reading
20200710-bikashdube

ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର

କାନପୁର: ଉତ୍ତରପ୍ରଦେଶ ପୋଲିସକୁ ବଡ ସଫଳତା । କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ସମେତ ବହୁ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେକୁ ନିହତ କଲା ପୋଲିସ । ମିଳିଥିବା ସୂଚନା ଅନୁସାରେ, ଏସଟିଏଫ ଟିମ ସହ ବିକାଶ ଦୁବେ ବସିଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ସେ ଖସିପଳାଇବାକୁ ଉଦ୍ୟମ କରିଥିବା ବେଳେ ପୁଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସ୍ଥିତ […]

Continue Reading
20200709-keonjhar

ସିଲ ହେଲା କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ

କେନ୍ଦୁଝର: ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହେବା ପରେ ସଂପୃକ୍ତ ବିଭାଗକୁ ସିଲ୍ କରାଯାଇଛି। ଏଥିସହ ହସ୍ପିଟାଲ ପରିସର ମୁଖ୍ୟ କୋଠାକୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ସ୍ଥାନାନ୍ତର କରାଯାଇଛି।ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମୋଟ୍ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିସହ ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ବିଲର ୩୪ ଜଣ ଆଉ ସବୁ ଲୋକାଲ୍ […]

Continue Reading
20200709-abhay

ଗଞ୍ଜାମରେ ପୋଲିସ ଡିଜି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗସ୍ଥରେ ପୋଲିସ ଡିଜି ଅଭୟ । କରୋନା ସ୍ଥିତି ସମୀକ୍ଷା କରିବାକୁ ଯାଇଛନ୍ତି ଅଭୟ । କରୋନା ହଟ୍‌ସ୍ପଟ୍‌ ଗଞ୍ଜାମରେ ମୃତ୍ୟୁ ଓ ସଂକ୍ରମଣ ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃସ୍ଟିରେ ରଖି ଗୁରୁବାରଠାରୁ ଜିଲ୍ଲାର ସବୁ ସହରାଞ୍ଚଳ ଓ ୫ଟି ବ୍ଲକ ସଦର ମହକୁମାକୁ ଜିଲ୍ଲା ପ୍ରଶାସନ ୫ଦିନ ସଟ୍‌ଡାଉନ୍‌ ଘୋଷଣା କରିଛି। ଛତ୍ରପୁରରେ ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଦକ୍ଷିଣା‌ଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ […]

Continue Reading
20200709-êcþêõù

କରୋନାକୁ ପ୍ରଶାସନର ଚେକ

ବଡବିଲ: କେନ୍ଦୁଝର ଜିଲ୍ଲା ବଡବିଲ ସହରକୁ ଚତୁଃପାର୍ଶ୍ଵରୁ ଚେକ୍ ଦେଇଛି ପୋଲିସ। ପ୍ରତ୍ୟେକ ଗାଡିକୁ ଟିକିନିଖ ଭାବେ ଚେକିଂ କରୁଛି । ସମସ୍ତଙ୍କୁ ସ୍କ୍ରିନଂ ଟେଷ୍ଟ ମଧ୍ୟ କରାଯାଉଛି। ତିନିଦିନ ମଧ୍ୟରେ ବଡବିଲ ରୁ 58 ଟି ପଜିଟିଭ କେସ୍ ସାମ୍ନାକୁ ଆସିଥିବାବେଳେ ସମସ୍ତ କେସ୍ ଲୋକାଲ ଅଞ୍ଚଳର। ଏହାକୁ ଦୃଷ୍ଟିରେ ରଖି ସାତଦିନିଆ ବଡବିଲ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ସେହିପରି ସଂକ୍ରମଣ ପାରଦକୁ ନିମ୍ନଗାମୀ କରିବା ପାଇଁ ବଡବିଲ ପ୍ରଶାସନ ତତ୍ପର […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା ୯-୭-୨୦୨୦ ଗୁରୁବାର ମେଷ :-କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଯାତ୍ରାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ଶତ୍ରୁମାନେ ପରାଜିତ ହେବେବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବୃଷ :-ଆଜି ଆପଣ ଜଗିରଖି ଚଳନ୍ତୁ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଆଉ ହତାଶ ହେବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ପରିବାରର ବାତାବରଣ […]

Continue Reading
2020708-Astro

କେମିତି କଟିବ ଆଜି

ରାଶି ଫଳତା ୮-୭-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱଆଜି ହେଉଛି୨୦୨୦ ମସିହା ଜୁଲାଇ ତା ୮ ରିଖ ବୁଧବାର ମିଥୁନ ୨୪ ଦିନ ଶ୍ରାବଣ କୃଷ୍ଣ ପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ।ଘାତ ବାର : କର୍କଟ ରାଶିରଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କରଆଜି: ପୋଟଳ ଖାଇବା ନିଷେଧ ମେଷ :-ବିଭିନ୍ନ ପ୍ରତିକୂଳ କାମକୁ ନେଇ ଅସନ୍ତୋଷ ସୃଷ୍ଟି କରିବ । ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍ ବୁଝାମଣାଜନିତ ମତପାର୍ଥକ୍ୟ ଆଶଙ୍କା […]

Continue Reading
20200708-tree

ଭି.ଏସ୍,ଏସ ନଗରରେ ବନମହୋତ୍ସବ ସପ୍ତାହ ପାଳନ

ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ଭି.ଏସ୍.ଏସ ନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଅକ୍ଷୟ ସ୍ବାଇଁ, ଦୀପକ ନାୟକ, ନଳିନୀକାନ୍ତ ବେହେରା, ନରେନ୍ଦ୍ର ବିଶ୍ୱାଳ, କମଳାକାନ୍ତ ରାଉତରାୟ, ଦେବାନନ୍ଦ ଦାସ ବିଜେଡି ନେତ୍ରୀ […]

Continue Reading
20200707-doctor

ଗର୍ଭପାତ କରି ବନ୍ଧାହେଲେ ଡାକ୍ତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ରାଏବଗା ପଞ୍ଚାୟତର ଜଣେ ୧୩ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ସମ୍ପୃକ୍ତ ଡାକ୍ତର ଦେବାଶିଷ ଘୋଷ ଗତ ଜୁନ୍ ୧୫ରେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଜବରଦସ୍ତି ଉକ୍ତ ଝିଅର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ବିରମିତ୍ରପୁର ଥାନାର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କ ଦ୍ୱାରା କ୍ରମାଗତ ୪ମାସ ଧରି ଦୁଷ୍କର୍ମ ଶିକାର ହେବା […]

Continue Reading
20200707-tiktok

ଭାରତ ପରେ ଏହି ଦେଶରେ ଟିକଟକ ବ୍ୟାନ

ବ୍ୟୁରୋ : ଗଲଓ୍ୱାନ ଘାଟି ସଂଘର୍ଷ ପରେ ୫୯ଟି ଚାଇନା ଆପକୁ ବ୍ୟାନ କରିଛି ଭାରତ । ଯାହାର ପ୍ରଭାବ ସିଧାସଳଖ ଭାବେ ଚାଇନା ଉପରେ ପଡିଛି । ଏହି ଆପ ତାଲିକା ମଧ୍ୟରେ ଆଗଧାଡ଼ିରେ ରହିଥିଲା ଟିକଟକ । ଡିଜିଟାଲ ଷ୍ଟ୍ରାଇକ ପରେ ଭାରତକୁ ଏକ ବଡ ସଫଳତା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଆମେରିକା ଟିକଟକ୍ ସମେତ କିଛି ଚାଇନା ଆପ ଉପରେ ନିଷିଦ୍ଧାଦେଶ ଜାରି କରିପାରେ । ଦେଶର ଆଭ୍ୟନ୍ତରୀଣ […]

Continue Reading