ଦୟାନଦୀରେ ଘାଇ, ଜଳବନ୍ଦୀ ପୁରୀ ଜିଲ୍ଲା କଣାସ ଅଞ୍ଚଳ

ପୁରୀ: ବଢୁଛି ଦୟାନଦୀ । କୂଳ ଲଙ୍ଗିବା ଆରମ୍ଭ କରିଛି । ଫଳରେ କଣାସ ବ୍ଲକ୍‌ରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମାଟିଆପଡ଼ା ନିକଟରେ ଦୟାନଦୀରେ ଶହେ ଫୁଟର ଘାଇ ହୋଇଛି । ଗତକାଲି ରାତିରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଦୟାନଦୀରେ ପାଣିରେ ଆଖାପାଖ ଗାଁ ଜଳାର୍ଣ୍ଣବ । କଣାସ ବ୍ଲକ୍‌ର ପାଣ୍ଡିଆକେରା, ଦୋକଣ୍ଡା, ଗଡ଼ସାନପୁଟ, ବଡ଼ାଶ ଆଦି ‌ପଞ୍ଚାୟତ ଏବେ ପାଣିଘେରରେ । ବିଭିନ୍ନ ଗାଁରେ ଲୋକଙ୍କ ଘରେ ପାଣି […]

Continue Reading

ବାଲୁକା କଳାରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ସୁଶାନ୍ତଙ୍କ ମୃତ୍ୟୁ ଯେ ହତ୍ୟା କି ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ଚାଲିଛି ସିବିଆଇ ତଦନ୍ତ। କଣ ସତ କଣ ମିଛ ସେନେଇ ଚାଲିଛି ତନାଘନା। ତେବେ ଦେଶର କୋଣଅନୁକୋଣରେ ଥିବା ସୁଶାନ୍ତଙ୍କ ପ୍ରଶଂସକ ମାନେ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଖ୍ୟାତନାମା […]

Continue Reading

ହୀରାକୁଦରେ ୪୬ ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହିରାକୁଦ ଡ୍ୟାମର ୪୬ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୨ହଜାର ୫ଶହ ୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୭ ଲକ୍ଷ ୬୪ ହଜାର ୪ଶହ ୭୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ […]

Continue Reading

ଏଣିକି ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ପ୍ରକାଶ ପାଉଥିବା ନନ୍ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରାବେଶିକା ପରୀକ୍ଷା ହେବ । ଏନେଇ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାର ଜାତୀୟ ନିଯୁକ୍ତ ସଂସ୍ଥା ଏନ୍‌ଆର୍‌ଏ ପ୍ରତିଷ୍ଠା କରିବେ । ଏହି ସଂସ୍ଥା କମନ୍ ଏଲିଜିବିଲିଟି ଟେଷ୍ଟ ଆୟୋଜନ କରିବ । ଏହାପରେ ଦକ୍ଷତା ଅନୁସାରେ ଆଶାୟୀଙ୍କୁ ଚାକିରି ପ୍ରଦାନ କରାଯିବ ।କେନ୍ଦ୍ରମନ୍ତ୍ରୀ […]

Continue Reading

ନଦୀ ପାର୍ ହେଲା ବେଳେ ଅଘଟଣ ହଠାତ୍ ମାଡି ଆସିଲା ପାଣି, ୨ ନିଖୋଜ

ଚିତ୍ରଡ଼ା : ନଦୀ ଶୁଖିଲା ଥିଲା । ତେଣୁ ନଦୀ ପାର ହୋଇ ଅନ୍ୟ ଗାଁ କୁ ଯାଇ କିଛି ସାଙ୍ଗ ଫୁଟବଲ ଖେଳ ଦେଖିବାକୁ ସ୍ଥିର କଲେ । ନଦୀ ପାର ହେବା ସମୟରେ ହଠାତ୍ ନଦୀରେ ପାଣି ବଢି ଯାଇଥିଲା । ଫଳରେ ପାଣିରେ ବୁଡି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଣ୍ଡଗୁହାଳି ଗାଁରେ । ସୂଚନାଯୋଗ୍ୟ ଯେ, ଗାଁର ରାମଚନ୍ଦ୍ର ମାଝୀଙ୍କ […]

Continue Reading

କ୍ୱିଂଟାଲ ପିଛା ୧୦ ଟଙ୍କା ବଢ଼ିଲା ଆଖୁର ଏଫ୍‌ଆର୍‌ପି

ନୂଆଦିଲ୍ଲୀ: ଆଖୁର ବଢ଼ିଲା ଏଫ୍‌ଆର୍‌ପି । କ୍ୱିଂଟାଲ ପିଛା ଫେୟାର ଏଣ୍ଡ ରିମୁନେରେଟିଭ ପ୍ରାଇସ ୧୦ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର । ଅର୍ଥାତ ଚିନି ମିଲମାନେ ଯେଉଁ ସର୍ବନିମ୍ନ ମୂଲ୍ୟ ଦେଇ ଆଖୁଚାଷୀଙ୍କଠାରୁ ଆଖୁ କିଣିଥାନ୍ତି, ତାହାକୁ କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବୃଦ୍ଧି କରି ୨୮୫ ଟଙ୍କା ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଂଜୁର ମିଳିଛି […]

Continue Reading

ବିକି କୌଶଲଙ୍କ ସହ ରୋମାନ୍ସ କରିବେ ସୁନ୍ଦରୀ ମାନୁଷୀ ଛିଲର୍‌!

ମୁମ୍ବାଇ: ଖୁବ୍‌ଶୀଘ୍ର ‘ଉରୁ’ ଫେମ୍ ବିକି କୌଶଲଙ୍କ ସହ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲର । ସେ ତାଙ୍କ ଦ୍ୱିତୀୟ ବଲିଉଡ ମୁଭି ପାଇଁ ସାଇନ୍ କରିଛନ୍ତି । ୟଶ୍ ରାଜ୍ ଫିଲ୍ମସ ବ୍ୟାନେରରେ ତିଆରି ହେବାକୁଥିବା ଏହି ଫିଲ୍ମଟି ଏକ କମେଡି ଫିଲ୍ମ ହେବ ବୋଲି ଶୁଣିବାକୁ ମିଳିଛି । ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଏହି ଫିଲ୍ମର ଆନୁଷ୍ଠାନିକ ଘୋଷଣା ହେବ । ପୂର୍ବରୁ ବିଶ୍ୱ ସୁନ୍ଦରୀରୁ ଅଭିନେତ୍ରୀ ପାଲଟିଥିବା ମାନୁଷୀ […]

Continue Reading

ସୁଶାନ୍ତ ସିଂ ରାଜପୁତ କେସ୍: ସିବିଆଇ କରିବ ତଦନ୍ତ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ କେସ୍ ଏବେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ,  କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କେସର ସମାଧାନ ପାଇଁ ସିବିଆଇକୁ ୧୪ ପ୍ରଶ୍ନର ଉତର ଖୋଜିବାକୁ ପଡିବ । ୧.ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?   ୨.ଯଦି […]

Continue Reading

ବନ୍ଧା ହେଲେ କୋଟିପତି ପୂର୍ବତନ ରେଞ୍ଜର

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲୁଗାଁର ପୂର୍ବତନ ରେଞ୍ଜର । ତାଙ୍କ ନାଁ ଅଭୟ ଜେନା । ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ସେଲ୍ । ଗତକାଲି ଅଭୟ ଜେନାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ୪ କୋଟି ୩୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା । କଟକ ମହମାଛି ଲେନରେ ଥିବା ଘର, […]

Continue Reading

‘ସବୁ ଘରକୁ ପାଇପ ଯୋଗେ ପହଞ୍ଚିବ ପାନୀୟ ଜଳ’

ଭୁବନେଶ୍ୱର: ରାଜ୍ୟରେ ବର୍ଷ ବର୍ଷ ଧରି ଜଳର ଅଭାବ ଏବଂ ପିଇବା ପାଇଁ ବିଶୁଦ୍ଧ ପାଣି ଓ ଜଳସେଚନ ଓଡ଼ିଶା ପାଇଁ ବଡ ଆହ୍ୱାନ ସଦୃଶ ହୋଇଛି । ମୋଦି ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ନେତୃତ୍ୱରେ ଭାରତ […]

Continue Reading