କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ; ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କଟକ: କଟକ ସ୍ଥିତ ଜଗତପୁର କୋଭିଡ୍ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ । ପ୍ରାପ୍ତ ସୂଚନାନୁଯାୟୀ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ଅଗ୍ନିଶମ ବିଭାଗ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ବର୍ତ୍ତମାନ ସମୟରେ ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରି ହସ୍ପିଟାଲରେ ପୁଣି ରୋଗୀ ସେବା ଆରମ୍ଭ […]

Continue Reading

ଯୌତୁକ ପାଇଁ ବଧୂ ହତ୍ୟା; ପୋଲିସ ବାବୁଙ୍କ ପୁଅ ଗିରଫ

ଭୁବନେଶ୍ୱର: ଯୌତୁକ ପାଇଁ ନବବଧୂକୁ ହତ୍ୟା କରିବା ଅଭିଯୋଗରେ ତମାଣ୍ଡୋ ଥାନାର ଜଣେ ହାବିଲଦାରଙ୍କ ପୁଅକୁ ପୋଲିସ ସୋମବାର ଦିନ ଗିରଫ କରିଛି। ଅଭିଯୁକ୍ତ ଜଣକ ଜାମିନୀ ଗୋଚ୍ଛାୟତ ବୋଲି ଜଣାପଡିଛି। ମୃତକ ବନ୍ଦନା ଜେନାଙ୍କ ପରିବାରର ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଉକ୍ତ ଅଭିଯୋଗରେ ଜାମିନୀ ଏବଂ ତାଙ୍କ ପିତା ହାବିଲଦାର ବିଜୟ କୁମାର ଗୋଚ୍ଛାୟତ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଲଗାଇଛନ୍ତି । ବନ୍ଦନାଙ୍କୁ କଳିଙ୍ଗ ବିହାର ସ୍ଥିତ […]

Continue Reading

ବଜ୍ରପାତ ସହ ବର୍ଷା ଆଶଙ୍କା; ୨୫ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୨୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ଦେବଗଡ, ଖୋର୍ଦ୍ଧା, କଟକ, ନୟାଗଡ଼, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ଼,ବାଲେଶ୍ଵର, ରାୟଗଡା, ଗଜପତି, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଜ଼ ସୋନପୁର, ନବରଙ୍ଗପୁର ଓ କନ୍ଧମାଳ ଆଦି ଲ […]

Continue Reading

ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିବା ନେଇ ବାପା ବିରୁଦ୍ଧରେ ଅଭିଯୋଗ ଆଣିଲେ ମା’

ଭୁବନେଶ୍ୱର: ନିଜ ୧୨ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା। ଏନେଇ ଝିଅର ମାଆ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ । ପିଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ, ନାବାଳିକାର ବାପା ପ୍ରତିଦିନ ମଦ ପିଇ ମା’ଙ୍କୁ ପିଟୁଥିଲା । ଯେଉଁଥିପାଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ତେବେ ନିର୍ଯାତନା ବଢିଯିବାରୁ ଝିଅକୁ ଧରି ମାଆ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ। ତେବେ ବେଳେ ଅଭିଯୁକ୍ତ […]

Continue Reading

ରାଜ୍ୟସଭାରେ ବିଜେଡିର ଦାବି, ବିଜୁ ବାବୁଙ୍କ ନାଁରେ ନାମିତ ହେଉ ପାରାଦୀପ ବନ୍ଦର

ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ। ଆଜି ରାଜ୍ୟସଭାରେ ଏଭଳି ଦାବି କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ରାଜ୍ୟସଭାରେ ଶୂନ୍ୟକାଳରେ ଲିଖିତ ଆକାରରେ ପ୍ରସନ୍ନ ଆଚାର୍ଯ୍ୟ ଏଭଳି ଦାବି କରିଥିବା ଜଣା ପଡ଼ିଛି। ତାଙ୍କର ଏହି ଦାବିକୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଡିଏମକେ ସମର୍ଥନ କରିଛନ୍ତି। ଆଜି ଶୂନ୍ୟକାଳରେ ନବ ଉତ୍କଳର ନିର୍ମାତା ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦର ନାମିତ ହେବା […]

Continue Reading

ଆସନ୍ତା ୨୫ ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୫ ରେ ସର୍ବଦଳୀୟ ବୈଠକ ଡକାଇବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର । ଏନେଇ ବାଚସ୍ପତି ସୋମବାର ଦିନ ସୂଚନା ଦେଇଛନ୍ତି । ଏହି ବୈଠକରେ କୋଭିଡ ଗାଇଡ଼ଲାଇନକୁ କଡାକଡି ପାଳନ କରି ଗୃହର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଛନ୍ତି ।। ବିଧାନସଭା ଅଧିବେଶନ ସେପ୍ଟେମ୍ବର ୨୯ ରୁ ଆରମ୍ଭ ହୋଇ ଅକ୍ଟୋବର ୭ ରେ ଶେଷ ହେବ। ରବିବାର ଦିନ ଗୃହ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ। […]

Continue Reading

ଏକବିଂଶ ଶତାବ୍ଦୀ ପାଇଁ କୃଷି ବିଲ୍ ଜରୁରୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ଦିନ ସଂସଦରେ ପାରିତ ହୋଇଥିବା ଦୁଇଟି କୃଷି ସଂସ୍କାର ବିଲ୍ ଏକବିଂଶ ଶତାବ୍ଦୀର ଆବଶ୍ୟକତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହିତ କୃଷକମାନଙ୍କ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପୂର୍ବପରି ଜାରି ରହିବ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି। ଏକ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଦୁଇଟି ବିଲ୍ ପାସ୍ ହୋଇଥିବାରୁ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ କୃଷି କ୍ଷେତ୍ରରେ […]

Continue Reading

କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଟକ : କଟକ ଜଗତପୁରର ସ୍ଥିତ ସଦ୍‌ଗୁରୁ କୋଭିଡ୍ ହସ୍‌ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ । ଆଜି ଅପରାହ୍ଣରେ ହସ୍ପିଟାଲ୍‌ର ଗ୍ରାଉଣ୍ଡ୍‌ଫ୍ଲୋର୍‌ ICUରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀ ସୁରକ୍ଷିତ ଥିବା ସୂଚନା ମିଳିଛି । କଟକ ଜିଲ୍ଲାପାଳ, ଡିସିପି ଓ ଚିଫ୍ ଫାୟାର ଅଫିସର୍ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଚିଫ୍ ଫାୟାର ଅଫିସର ଶ୍ରୀକାନ୍ତ ସେଠୀ କହିଛନ୍ତି, ନିଆଁକୁ ଆୟତ୍ତ କରାଯାଇଛି। […]

Continue Reading

ଆଖି ବୁଜିଲେ ଆଉ ୯ ସଂକ୍ରମିତ, ୭୧୦ରେ ପହଂଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟାରେ କରୋନା ନେଇଛି ଆଉ ୯ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । Regret to inform of the demise of nine Covid positive […]

Continue Reading

କଟକଣା ଭିତରେ ପାଠ ପଢ଼ିବେ ପିଲା, ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଦେଶରେ ଆଜିଠୁ ଖୋଲିଲା ସ୍କୁଲ । କଟକଣା ଭିତରେ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ପାଠ ମଧ୍ୟ ପଢ଼ିବେ । କରୋନା କଟକଣା ଭିତରେ ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌-୪ । ଅନ୍‌ଲକ୍‌-୪ ଗାଇଡଲାଇନ୍ ଅନୁଯାୟୀ ଦେଶର କେତେକ ସ୍ଥାନରେ ଆଜିଠାରୁ ସ୍କୁଲ ଖୋଲିଛି । କୋଭିଡ କଟକଣା ସହିତ ଆସାମ, ଆନ୍ଧ୍ରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ମେଘାଳୟ ଓ ନାଗାଲାଣ୍ଡରେ ସ୍କୁଲ ଖୋଲିଛି । ମଧ୍ୟପ୍ରଦେଶ ସରକାର ମଧ୍ୟ ନିଜସ୍ୱ ଗାଇଡଲାଇନ୍ ଜାରି […]

Continue Reading