ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ନିଧନ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେହାନ୍ତ ଘଟିଛି। ସୂଚନାନୁସାରେ, ରବିବାର ସକାଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,ପୂର୍ବରୁ କୋଭିଡ ସଂକ୍ରମିତ ହେବା ପରେ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ […]

Continue Reading

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୫୧ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୧୫୪ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩,୦୩୧ ଜଣଙ୍କର ଆଣ୍ଟିଜେନ, ୭୯୬୦ ଟି ଆରଟିପିସିଆର୍ ଓ ୧୬୩ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି । ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ବା ଏହାର ପାଖାପାଖି ନମୁନା ପରୀକ୍ଷା ହେବା ଫଳରେ […]

Continue Reading

ଦିଲ୍ଲୀରେ ବାୟୁ ପ୍ରଦୂଷଣର ପରିଚାଳନା ପାଇଁ ଅତ୍ୟାଧୁନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ସୁଧାର ଆଣିବା ସକାଶେ ଗଠିତ ଉଚ୍ଚସ୍ତରୀୟ କାର୍ଯ୍ୟଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଲ୍ଳୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ/ ମନ୍ତ୍ରଣାଳୟର ସଚିବମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହିସବୁ ବିଭାଗ/ ମନ୍ତ୍ରଣାଳୟମାନଙ୍କ ମଧ୍ୟରେପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, କୃଷି, ସଡ଼କ ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ବ୍ୟତୀତ […]

Continue Reading

ବହୁ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ । କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ ସବୁବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ହେବ । ରାଜ୍ୟ ସ୍ୱ।ସ୍ଥ୍ୟ […]

Continue Reading

ଭୁବନେଶ୍ୱରରୁ ଆଜି ପୁଣି ବାହାରିଲେ ୩୪୨ ପଜିଟିଭ

ଭୁବନେଶ୍ୱର: ବେଲଗାମ ହେଲାଣି କରୋନା । ଦିନକୁ ଦିନ କରୋନା ମିଟର କଂଟା ଉପରମୁହାଁ ହେଉଛି । ରାଜଧାନୀ ଭୁବନେଶ୍ୱରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୦୪ ଜଣ ରହିଥିବା ବେଳେ ୨୩୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୨୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । Update on newly detected […]

Continue Reading

ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ । ଇଂଟରଷ୍ଟେଟ୍ ବସ ଟର୍ମିନାଲ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ । ଏଥିପାଇଁ ଆଜିଠାରୁ ବିଡିଏ ପକ୍ଷରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାମ । ୧୫.୦୫ ଏକର ସ୍ଥାନରେ ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ ତିଆରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବ୍ରିଜ୍ ଆଣ୍ଡ ରୁଫସ୍ କମ୍ପାନୀ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହି ଟର୍ମିନାଲ ତଆରି ହେବ । ନୂଆ ବସ୍ ଟର୍ମିନାଲରେ ବିଦ୍ୟୁତ […]

Continue Reading

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ନବରଙ୍ଗପୁର, କନ୍ଧମାଳ, ବରଗଡ, କଟକ (କଟକ ସିଟି), ଅନୁଗୁଳ, ଖୋର୍ଦ୍ଧା (ଭୁବନେଶ୍ୱର), ଝାରସୁଗୁଡା, ସମ୍ବଲପୁର, ମାଲକାନଗିରି, ରାୟଗଡା, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ନୟାଗଡ ଆଦି ଜିଲ୍ଲା ରହିଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଏହିସବୁ ଜିଲ୍ଲାର […]

Continue Reading

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ପ୍ରାପ୍ତ ସୂଚନାନୁଯାୟୀ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଥିବା ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଆବେଦନ କରିଛନ୍ତି । ହେଲେ ଅନୁଭବ ତାଙ୍କ ପକ୍ଷ ନଶୁଣି କୌଣସି ରାୟନ ଦେବାକୁ କ୍ୟାଭେଟ୍ ଫାଇଲ୍ କରିଛନ୍ତି […]

Continue Reading

ଭୁବନେଶ୍ୱରରେ ଓଲଟିଲା ପଥର ବୋଝେଇ ଟ୍ରକ୍‌; ୪ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମେଣ୍ଢାଶାଳ ଛକ ନିକଟରେ ଏକ ପଥର ବୋଝେଇ ମିନି ଟ୍ରକ୍ ଓଲଟି ପଡିବା ଫଳରେ ପ୍ରାୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଟ୍ରକଟି ଖୋର୍ଦ୍ଧାରୁ ଚନ୍ଦକା ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବା ସହ ପାଖରେ ଥିବା ହୋଟେଲ୍ ଓ କେବିନରେ ବାଡେଇ ହୋଇଯାଇଥିଲା । ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

Continue Reading

ଆଇପିଏଲ : ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟା୩୦ରେ ଆଇପିଏଲର ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ପ୍ରଶଂସକମାନେ ଦୀର୍ଘ ଦିନ ପରେ ପଡିଆରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଖିବେ । ଭାରତୀୟ କ୍ରିକେଟରେ ଦୁଇ ଭଲ ବ୍ରେନ୍ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତା ମଧ୍ୟରେ ଏଥିରେ ପରଖା ଯିବ । […]

Continue Reading