ପୁଣି ଆଉ ୫ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେନଶ । ତେବେ ଏହା ପୂର୍ବରୁ କରୋନା କବଳରେ ମନ୍ତ୍ରୀ ଓ ବିଧାୟକ । ଏବେ ଆଉ ୫ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିକ୍ରମ ପଣ୍ଡା, ଅଙ୍ଗଦ କଅର, ସୋରଜ ମେହେର, ଜୟନ୍ତ ଷଡ଼ଙ୍ଗୀ ଓ ଭୁଦାନ ମୁର୍ମୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି ବିଧାନସଭା ପରିସରରେ ୨୫ ବିଧାୟକଙ୍କ କରୋନା ଟେଷ୍ଟ ହୋଇଥିଲା । ସେଥିରୁ ଆଜି ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି […]

Continue Reading

ବିଧାନସଭାର ମୌସୁମୀ ଅଧିବେଶନ: ମାସ୍କ ଓ ଫେସ୍ ସିଲ୍‌ଡରେ ବିଧାୟକ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ଗୃହ କାର୍ଯ୍ୟ । ପ୍ରଥମ ଦିନରେ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଗୃହକୁ ୩ଟା ଯାଏଁ ମୁଲତବୀ ରଖାଯାଇଛି । […]

Continue Reading

ସୁଶାନ୍ତ ସିଂ ମୃତ୍ୟୁ ମାମଲା ଉପରୁ ହଟିବ ପରଦା: ସିବିଆଇ ହାତରେ ଏମ୍ସ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରୁ ହଟିବ ପରଦା । ସାମ୍ନାକୁ ଆସିବ ସତ । ଜଣାପଡିବ ହତ୍ୟା ନା ଆତ୍ମହତ୍ୟା । ଏବେ ସିବିଆଇ ହାତରେ ଲାଗିଛି ସୁଶାନ୍ତ ସିଂଙ୍କ ଏମ୍ସ ରିପୋର୍ଟ । ବିଭିନ୍ନ ଦିଗକୁ ଯାଂଚ କରି ଏମ୍ସର ସ୍ୱତନ୍ତ୍ର ଟିମ୍ ସିବିଆଇକୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟକୁ ଆଧାର କରି ସିବିଆଇ ପୁଣି ଥରେ କଡା ତଦନ୍ତ ଆରମ୍ଭ କରିଛି । ଗତକାଲି ଏମ୍ସ ସିବିଆଇକୁ ରିପୋର୍ଟ […]

Continue Reading

ଆସାମରେ ପୁଣି ବନ୍ୟା, ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଦିସପୁର: ଆମାସରେ ପୁଣି ବନ୍ୟା । ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟାକୁ ସାମ୍ନା କୁରଛି ଆସାମ । ବନ୍ୟା ଯୋଗୁଁ ୧୩ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁସାରେ ସୋମବାର ଆସମରେ ପ୍ରବଳ ବର୍ଷା ଯୋଗୁଁ ସେଠାକାର ବନ୍ୟା ସ୍ଥିତି ଆହୁରି ବିଗିଡି ଯାଇଛି । କରୋନା ମହାମାରୀ ଭିତରେ ଆସାମରେ ତୃତୀୟ ଥର ପାଇଁ ବନ୍ୟା ଆସିଛି । ଏଥିପାଇଁ ୧୩ଟି ଜିଲ୍ଲାର ୩୯୦ଟି ଗାଁ, […]

Continue Reading

ଅଣ ପରିବହନ ଗାଡିର ଭଡା ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଏଣିକି ଅଣପରିବହନ ଗାଡିର ଭଡା ଲଗାଣ ଉପରେ ଲାଗିବ କଟକଣା । ପ୍ରାଇଭେଟ ଲାଇସେନ୍ସପ୍ରାପ୍ତ ଗାଡ଼ିଗୁଡିକ କୌଣସି ପରିସ୍ଥିତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବନାହିଁ।  ଏପରି କଲେ ଗାଡ଼ି ଭଡ଼ା କରିଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବ। ଏଥିସହିତ ପ୍ରାଇଭେଟ ଗାଡ଼ିର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାନେଇ ପରିବହନ କମିସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଘରୋଇ ଗାଡି ଗୁଡ଼ିକ ସରକାରୀ, ଏକକ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏବଂ ଶିଳ୍ପସଂସ୍ଥାରେ ଭଡ଼ା […]

Continue Reading

ରିୟାଙ୍କୁ ବେଲ୍ ହେବ ନା’ ଜେଲ୍‌, ବମ୍ବେ ହାଇକୋର୍ଟରେ ଫଇସଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମଙ୍କମଳକ୍ଟକ୍ଟ ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ହେବ ନା ଜାମିନ ମିଳିବ । ତା’ଉପରେ ଆଜି ଫଇସଲା ଶୁଣାଇବେ ବମ୍ବେ ହାଇକୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ମଧ୍ୟ ଜାମିନ ଆବେଦନର ଆଜି ଶୁଣାଣି ହେବ । ପୂର୍ବରୁ ଗଲା ୨୩ ତାରିଖରେ ଜାମିନ ଆବେଦର ଶୁଣାଣି ହେବାର ଥିଲା । କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ […]

Continue Reading

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ସେପେଟେ ମୁକାବିଲା କରିବାକୁ ସରକାର ବି ରଣ କୌଶଳ ପ୍ରସ୍ତୁତ କରିସାରିଛନ୍ତି । ଏହି ଅଧିବେଶନରରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ତେବେ କୋଭିଡ ସ୍ଥିତି ଲାଗି ପ୍ରଶ୍ନକାଳ ରହିବ ନାହିଁ । ଅଧିବେଶନ ସମୟରେ ସମସ୍ତ ବିଧାୟକ ମାସ୍କ ପିନ୍ଧିବେ । ସାମାଜିକ ଦୂରତା […]

Continue Reading

ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଫକୀରମୋହନଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର […]

Continue Reading

ମହାନଦୀରେ ୨ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ସୋମବାର ଦିନ ତିର୍ତ୍ତୋଲ-ପୋଷଳ ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି […]

Continue Reading

ବିଧାନସଭା ଉପ ବାଚସ୍ପତିଙ୍କୁ କରୋନା

ଅନୁଗୁଳ: ବିଧାନସଭା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ତାଙ୍କୁ ଅଳ୍ପ ଜ୍ଵର ଥିବା ଯୋଗୁଁ ସେ ଟେଷ୍ଟ କରାଇଥିଲେ। ପରେ ତାଙ୍କୁ କରୋନା ଥିବା ସ୍ପଷ୍ଟ ହୋଇଥିଲା । ସେ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ […]

Continue Reading