ହୀରାକୁଦ ଡ୍ୟାମର ୨୪ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ

ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ ବର୍ଷା କମିଛି । ହୀରାକୁଦକୁ କମିଛି ମହାନଦୀର ଜଳ ପ୍ରବେଶ । ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ଆଜି ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଆଜି ଦୁଇଟି ପର୍ଯ୍ୟାୟରେ ବନ୍ଦ ହେଲାଣି ୮ଟି ଗେଟ୍ । ବର୍ତ୍ତମାନ ହୀରାକୁଦର ଡ୍ୟାମରୁ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ବାମପଟରେ ୧୫ ଓ ଡାହାଣ ପଟରେ ୯ଟି ସ୍ଲୁଇସ୍ ଗେଟ୍ ଖୋଲା […]

Continue Reading

ରାଜ୍ୟରେ ୨୪ ଘଣ୍ଟାରେ ୫୦ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୦,୪୨୧ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩,୨୩୨ ଜଣଙ୍କର ଆଣ୍ଟିଜେନ, ୭୦୮୬ ଟି ଆରଟିପିସିଆର୍ ଓ ୧୦୩ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା […]

Continue Reading

ଓଡ଼ିଶାର ଟସର ସିଲ୍କ ଏବେ ଫ୍ଲିପକାର୍ଟରେ

ଭୁବନେଶ୍ୱର: କେନ୍ଦୁଝରରେ ଉତ୍ପାଦିତ ତଥା ଓଡ଼ିଶାର ପ୍ରସିଦ୍ଧ ଟସର ସିଲ୍କ ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଟସର ରିଅର୍ସ କୋଅପରେଟିଭ୍ ସୋସାଇଟି (ଟିଆରସିଏସ୍), ଭାଗାମୁଣ୍ଡା ଏବଂ ଫ୍ଲିପକାର୍ଟ ଏକ ଏମଓୟୁ ସ୍ୱାକ୍ଷର କରିଥିବା ସୂଚନା ମିଳିଛି । ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଟିଆରସିଏସ୍ ୩୦୦୦ ରୁ ଅଧିକ ଲୋକଙ୍କୁ କାର୍ଯ୍ୟ ଯୋଗାଇବା ସହ ସେମାନଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି । ଟିଆରସିଏସ୍ ସହିତ, ସେମାନେ ଆହୁରି ମଧ୍ୟ ରିଲିଂ, […]

Continue Reading

ପାଣିପାଗ ବିଭାଗର ସର୍ତକ ସୂଚନା: ଏହି ୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, ବାଲେଶ୍ଵର, ସୁନ୍ଦରଗଡ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ସକାଳ ୫ଟାରୁ ଦିନ […]

Continue Reading

ବିଏମସିର ଏନଫୋର୍ସମେଣ୍ଟ ଅଧିକାରୀଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା । କରୋନାରେ ଆକ୍ରାନ୍ତ ଭୁବନେଶ୍ୱର ମହାନଗର ନିଗମର ଏନଫୋର୍ସମେଣ୍ଟ ଅଧିକାରୀ ପ୍ରଫୁଲ୍ଲ ବେହେରାଙ୍କର ଆଦିତ୍ୟ ଅଶି୍ୱନୀ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଶ୍ରୀ ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ସ୍ମାର୍‌ଟ ସିଟି ଲିମିଟେଡ୍‌ର ଅଧିକାରୀମାନେ ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହା ପରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ହୋଇଥିଲା । ଗତ ଅଗଷ୍ଟ ୨୨ ତାରିଖରେ ଶ୍ରୀ ବେହେରା […]

Continue Reading