ଡ଼ାକ୍ତରଖାନାର ଆଇସିୟୁରେ ନିଆଁ; ଅଳ୍ପକେ ବଞ୍ଚିଲେ ରୋଗୀ

କୋହ୍ଲାପୁର: ପୁଣି ଏକ ଡାକ୍ତରଖାନାରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ପାଖାପାଖି ୧୫ ରୋଗୀ । ସୂଚନାନୁସାରେ, ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଛତ୍ରପତି ପ୍ରମିଳା ରାଜେ ଜେନେରାଲ ହସ୍ପିଟାଲର ଆଇସିୟୁ ବିଭାଗରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିବା ସଂଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ମଧ୍ୟ ହୋଇଛି । ତେବେ ଅଗ୍ନିକାଣ୍ଡ ଘଟିବା ପରେ ଆଇସିୟୁ ବିଭାଗରେ ଥିବା ସମସ୍ତ […]

Continue Reading

ସେପ୍ଟେମ୍ବର ୩୦ ଯାଏଁ ଗାନ୍ଧୀ ମାର୍ଗରେ ବିକ୍ଷୋଭ ମନା : ଡିଜିପି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଓଡିଶା ବିଧାନସଭା ନିକଟରେ କୌଣସି ବିକ୍ଷୋଭ ପ୍ରଦର୍ଶନ, ଧାରଣା ତଥା ପ୍ରତିବାଦ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ଦିନ ସୂଚନା ଦେଇଛନ୍ତି। କୋଭିଡକୁ ନଜରରେ ରଖି ଚଳିତ ଅଧିବେଶନରେ ଧାରଣା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜଣାପଡିଛି । ଡିଜିପି କହିଛନ୍ତି ଯେ, ସେପ୍ଟେମ୍ବର ୩୦ ପରେ ପୋଲିସ ଏ ବାବଦରେ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିବ। ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାର […]

Continue Reading

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର କହି କ୍ଷମା ମାଗିଲା ଆମାଜନ

ଭୁବନେଶ୍ୱର: ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ । ହେଲେ ଅନ୍‌ଲାଇନ୍ ସପିଂ ସାଇଟ୍ ଆମାଜନ୍ ସମ୍ବଲପୁରୀ ଶାଢ଼ୀକୁ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗର ଦର୍ଶାଇ ବିକ୍ରି କରୁଥିଲା । ଏହା ଜଣାପଡିବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପରେ ଆମାଜନ୍ ଏହାକୁ ନିଜ ସାଇଟ୍‌ରୁ ହଟାଇ ଦେଇଛିି । ଏଥିସହ ନିଜ ଭୁଲକୁ ସ୍ୱୀକାର କରିଛି । କେବଳ ସେତିକି ନୁହେଁ ସମ୍ବଲପୁରୀ ଶାଢ଼ୀ ଓଡ଼ିଶାର ବୋଲି ମଧ୍ୟ ଉଲ୍ଲେଖ […]

Continue Reading

କୃଷି ବିଲକୁ ବିରୋଧ: ଦିଲ୍ଲୀ ରାଜପଥରେ ଟ୍ରାକ୍ଟର ଜାଳିଦେଲେ କଂଗ୍ରେସ କର୍ମକର୍ତ୍ତା

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ସାରା ଦେଶରେ ଜାରି ରହିଛି ବିରୋଧ ପ୍ରଦର୍ଶନ । ଦିଲ୍ଲୀରୁ ପଞ୍ଜାବ ଯାଏ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆଜି ଦେଶର ରାଜଧାନୀ ଦିଲ୍ଲୀର ଦିଲ୍ କୁହାଯାଉଥିବା ରାଜପଥରେ ବିରୋଧରେ ପ୍ରଦର୍ଶନ ବେଳେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ପଞ୍ଜବ ଯୁବ କଂଗ୍ରେସ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୃଷି ବିଲକୁ ବିରୋଧ କରି କଂଗ୍ରେସ କର୍ମକର୍ତ୍ତା ଆଜି […]

Continue Reading

ମାତିଲେ ମାଓବାଦୀ, ମାଓ ଇନ୍‌ଫର୍ମର ସନ୍ଦେହରେ ଯବକଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଜାଙ୍ଗଲା ଗାଁର ବିଜୟ ପସରା । ଗତକାଲି ହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ରାତିରେ ବିଜୟକୁ ଘରୁ ଅପହରଣ କରିନେଇଥିଲେ ମାଓବାଦୀ । ଘଟଣାର ୪ ଦିନ ପରେ ଅର୍ଥାତ ସୋମବାର ଦିନ ଆଦୱାଡା ଜଙ୍ଗଲରୁ ତାଙ୍କ ମୃତଦେହ […]

Continue Reading

୬୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା: ଚୋରା ଚାଲାଣ ବେଳେ ଧରା ପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ମହାସିଙ୍ଗ ଅଞ୍ଚଳରୁ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ୫ ଗଂଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଗଞ୍ଜେଇ  ବେପାରୀଙ୍କ ମଧ୍ୟରୁ  ଜଣେ ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଗଞ୍ଜେଇ ଚୋରାଚାଲାଣ ବଢୁଥିବାରୁ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିଛି  […]

Continue Reading

୯୧ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଦିର ଦବଦବା । କୋକିଳ କଣ୍ଠି, ସୁର ସାମ୍ରାଜ୍ଞୀ । ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମ ଦିବସ । ସେ ୯୧ ବର୍ଷ ବୟସରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରରେ ୧୯୨୯ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଏତେ ବର୍ଷ ହେଲା ପରେ ମଧ୍ୟ ତାଙ୍କ […]

Continue Reading

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ତାପଙ୍ଗ ହାତିଆ ମୁଣ୍ଡିଆ

ଭୁବନେଶ୍ୱର: ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି ନଆସିବାକୁ ମାଇକ୍ ଯୋଗେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଏହି ଅଂଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ […]

Continue Reading

ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇନି: ପ୍ରତାପ ଜେନା

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିବ ପର୍ଯ୍ୟଟନସ୍ଥଳୀ । କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର‌୍ୟ୍ୟଟନସ୍ଥଳୀ । ଏନେଇ ପ୍ରସ୍ତୁତି ଚାଲିଛି ହେଲେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତି ନେବେ । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ଆଲୋଚନା କରିବା ପରେ ନିଷ୍ପତିି ନେବୁ । ମନ୍ଦିର ଖୋଲିବା ବର୍ତମାନ ସ୍ଥିତି ଉପରେ ନିର୍ଭର କରୁଛି । ସରକାରଙ୍କ ଗାଇଡ଼ଲାଇନକୁ ଅନୁସରଣ […]

Continue Reading

ପୁରୀ ଓ କୋଣାର୍କକୁ ଗଡିଲା ମୋ ବସ୍‌

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରବିବାର ଦିନ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍ ସେବା । ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନାନୁଯାୟୀ ଆଜି ସକାଳ ୭ଟା ୩୦ମି.ରେ ମାଷ୍ଟର କାଣ୍ଟିନ୍ ଛକରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଗଡିଥିଲା ମୋ ବସ୍ । ସେହିପରି ଆଜି ସକାଳ ପ୍ରାୟ ୭ଟା ୪୦ମି. […]

Continue Reading