ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୬ ଗୁରୁତର

ଖୋର୍ଦ୍ଧା: ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ହଠାତ୍ ଗ୍ୟାସ୍‌ ଲିକ୍‌ ହେବାରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। […]

Continue Reading

ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ

ବୌଦ୍ଧ: ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ତାଙ୍କ ପତ୍ନୀ । ଡେପୁଟି କଲେକ୍ଟର ଶରତ ବାଗ ସମ୍ପର୍କୀୟଙ୍କ ସହ ଝାରସୁଗୁଡ଼ା ଯାଇ ପତ୍ନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କୌଣସି କାମରେ ଝାରସୁଗୁଡା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ । ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସମ୍ପର୍କୀୟଙ୍କ ସହ ମାଡ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ […]

Continue Reading

NCB ପାଖରେ ଦୀପିକା-ସାରା-ଶ୍ରଦ୍ଧା-ରକୁଲଙ୍କ ଫୋନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ ଖିଅ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ସୁନ୍ଦରୀ । ଦୀପିକା ପାଦୁକୋନା, ସାରା ଅଲ୍ଲୀ ଖାନା, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାଉରା ପରେ ସେମନାଙ୍କ ମୋବାଇଲ୍ ଫୋନକୁ ଜବତ କରିଛି ଏନସିବି । ସେହିପରି ସିମୋନ ଖମ୍ବାଟ୍ଟା ଓ ଜୟ ଶାହଙ୍କ ମୋବାଇଲ୍ ଫୋନ୍ ବି ଜବତ ହୋଇଛି । ସେମାନଙ୍କ […]

Continue Reading

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶଓ୍ୱନ୍ତ ସିଂହ । ୮୨ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅଟ୍ଟଳ ବିହାରୀ ବାଜପେୟୀ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଯଶଓ୍ୱନ୍ତ ସିଂହ । କେନ୍ଦ୍ରରେ ସେ ଥିଲେ ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ । ରାଜସ୍ଥାନରେ ବିଜେପିକୁ ସୁଦୃଢ଼ କରିବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି […]

Continue Reading

ଅକ୍ଟୋବର ୧ରୁ ଖୋଲିବ ସିନେମା ହଲ୍‌

କୋଲକାତା: ଅକ୍ଟୋବର ପହିଲାରୁ ଖୋଲିବ ସିନେମା ହଲ୍ । କେବଳ ସେତିକି ନୁହେଁ ଯାତ୍ରା, ମୁକ୍ତାକାଶ ରଙ୍ଗମଂଚ ମଧ୍ୟ ଖୋଲିବ । କୋଭିଡ ନିୟମ ମାନିବା ସହ କିଛି କଟକଣା ରଖି ଏଭଳି ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିଭଳି ନୃତ୍ୟ, ଗୀତ ଓ ମ୍ୟାଜିକ ଶୋକୁ ମଧ୍ୟ ଆସନ୍ତା ମାସରୁ ଅନୁମତି ମିଳିବ । ତେବେ ଏଥିରେ ୫୦ଜଣ କିମ୍ବା ତାଠାରୁ କମ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି । ଏହି […]

Continue Reading

କରୋନା ଟିକା ପ୍ରସ୍ତୁତ, ଗବେଷକ ଅଟକ

ବରଗଡ଼ : ବିଶ୍ବରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଏ ପର୍ଯ୍ୟନ୍ତ ଏହାର କୌଣସି ଠୋସ ପ୍ରତିଷେଧକ ଔଷଧ ବାହାରି ପାରିନାହିଁ । ଏଥିପାଇଁ ବିଶ୍ବ ସ୍ଵାସ୍ଥ୍ୟ ସଂଗଠନ (WHO) ତଥା ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଦିନ ରାତି ଲାଗି ପଡ଼ିଥିଲେ ହେଁ, ସେଥିରେ ବର୍ତ୍ତମାନ ସୁଦ୍ଧା ସକ୍ଷମ ହୋଇପାରି ନାହାନ୍ତି । ଅନ୍ୟ ପକ୍ଷରେ ବରଗଡ଼ ଜିଲ୍ଲାର ଭେଡେନ ଥାନା ରୁଷୁଡା ଅଞ୍ଚଳର ଜଣେ ଯୁବକ ପ୍ରହଲ୍ଲାଦ ବିଶି ନିଜେ କୋଭିଡ-୧୯ ପ୍ରତିଷେଧକ […]

Continue Reading

ଦୀପିକାଙ୍କୁ ମାରାଥନ ଜେରା, NCB ଆଗରେ ମାନିଲେ ଡ୍ରଗ୍ସ ଚାଟ୍ କଥା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଜେରାଦାର ଜେରା ଚଳାଇଛି ଏନ୍‌ସିବି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ଏନ୍‌ସିବି ଆଗରେ ହାଜର ହେଉଛନ୍ତି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନଙ୍କୁ ଚାଲିଛି ମାରଥାନା ଜେରା । ଏହି ସମୟରେ ଏନ୍‌ସିବି ଆଗରେ ଦୀପିକା ବଡ ସ୍ୱୀକାରୋକ୍ତି କରିଛନ୍ତି । ସେ ମ୍ୟାନେଜର କରିସ୍ମାଙ୍କ ସହ କରିଥିବା ଡ୍ରଗ୍ସ ଚାଟ୍ କଥାକୁ ମାନିଛନ୍ତି । ସେପଟେ ଏନ୍‌ସିବି ଦୀପିକାଙ୍କ ମୋବାଇଲକୁ ମଧ୍ୟ ଜବତ […]

Continue Reading

ଓଲଟିଲା ଆମ୍ବୁଲାନ୍ସ, ଡ୍ରାଇଭର ଛୁ’

ଭଦ୍ରକ: ରୋଗୀ ନେଇ ଫେରିବା ବାଟରେ ଓଲଟିଲା ଆମ୍ବୁଲାନ୍ସ । ଭୋଗରାଇ ନହର ଗାଁରେ ଜଣେ ରୋଗୀଙ୍କୁ ପରିବାର ଲୋକେ କଟକ ଆଣିବା ବେଳେ ବିଳମ୍ବିତ ରାତିରେ ଚରମ୍ପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଗୁରୁତର ବ୍ୟକ୍ତିଙ୍କ ସହ ଦୁଇ ଭାଇ ଓ ମା’ ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

Continue Reading

ବିଧାନସଭା ଅଧିବେଶନ: ବିନା କରୋନା ପରୀକ୍ଷାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ଯାଏଁ ଚାଲିବ । ତେବେ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ ଗାଇଡଲାଇନ୍ ପାଳନ କରାଯିବ । ବିଧାନସଭା ସମୟରେ ଯେଉଁ ଗଣମାଧ୍ୟମ କର୍ମଚାରୀ କଭରେଜ ପାଇଁ ଯିବେ ସେମାନଙ୍କ ମଧ୍ୟ କରୋନା ପରୀକ୍ଷ ହେବ । ବିନା କୋଭିଡ ଟେଷ୍ଟରେ ସେମାନଙ୍କ ପ୍ରବେଶ ମନା ହୋଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର […]

Continue Reading

ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି । ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା ହେବ। ଏହିପରି ପ୍ରାୟ ୯୫୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନ ୪୦୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ବିଧାନସଭା […]

Continue Reading