ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସରେ ଦୁଇ ପ୍ରମୁଖ ଖେଳାଳି ବେନ ଷ୍ଟୋକସ୍ ଓ ଜୋସ୍ ବଟଲର ଆଜି ଖେଳିବେ ନାହିଁ । ତେଣୁ ସେମାନଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି […]

Continue Reading

୨୫ ଯାଏଁ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷିବ । ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୨୩ ତାରିଖ ସକାଳ ପର‌୍ୟ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି ଦୁଇଟି ଜିଲ୍ଲାକୁ ଆଚଂଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତାକାଲି ସକାଳ ୮ଟା ୩୦ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ଦୁଇ […]

Continue Reading

ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍

ମାଲକାନଗିରି: ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗା ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । କାରଟି ଜାତୀୟ ରାଜପଥରେ ଯାଉଥିବା ବେଳେ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା । ଆଉ ନିଆଁ ଦେଖି ଚାଳକ ଏଥିରୁ ବାହାରି ଯାଇଥିଲେ । କାରରୁ ଓହ୍ଲାଇ ପଡିଥିଲେ ସମସ୍ତ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Continue Reading

ସଦ୍‌ଗୁରୁ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର, କୋଭିଡ ହସ୍ପିଟାଲରେ ଚାଲିଛି ଅଗ୍ନି ନିରାପତ୍ତା ଯାଂଚ

ଭୁବନେଶ୍ୱର: କଟକ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର । ଟ୍ୱିନସିଟି କୋଭିହ ହସ୍ପିଟାଲରେ ଆରମ୍ଭ ହେଲା ଯାଂଚ । କୌଣସି ପ୍ରକାରର ଦୁର୍ଘଟଣା ଏଡାଇବାକୁ ଦ୍ୱୈତନଗରୀର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଂଚ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମକଡ୍ରିଲ । ଏହାପରେ ଦିନ କିମ୍ସ କୋଭିଡ ହସ୍ପିଟାଲ ଏବଂ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଏହି ମକଡ୍ରିଲ କରାଯିବ […]

Continue Reading

ଡବଲ ମର୍ଡର, ଘରେ ପଶି ଦମ୍ପତିଙ୍କୁ ହତ୍ୟା

ସୁନ୍ଦରଗଡ: ଘରେ ପଶି ଦମ୍ପତିଙ୍କୁ ହତ୍ୟା କଲା ଦୁର୍ବୃତ୍ତ । ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଘଟିଛି ଡବଲ ମର୍ଡର। ପାରୁ ମୁଣ୍ଡା ଏବଂ ମଦପାଲି ମୁଣ୍ଡାଙ୍କୁ ଘରେ ପସି କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ପୁଅ ସମା ମୁଣ୍ଡା କେ.ବଲାଙ୍ଗ ଥାନାରେ ଏତଲ ଦେଇଛନ୍ତି । ପୋଲିସ ଓ ସାଇଂଟିକଫିକ୍ ଟିମ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି […]

Continue Reading

ଖଣ୍ଡା ଦେଖାଇ ଲୁଟିନେଲେ ଦେଢ଼ ଲକ୍ଷ

ଗଞ୍ଜାମ: ଦୋକାନରେ ପଶି ଖଣ୍ଡା ଦେଖାଇ ଲୁଟ୍ । ଗଂଜାମ ଜିଲ୍ଳା କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ ଘଟିଛି ଏଭଳି ଘଟଣା । ଦିନ ଦ୍ୱିପହରେ ଏକ ଲୁଗା ଦୋକାନରେ ପଶି ଖଣ୍ଡା ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହି ଲୁଟ୍‌ର ପୁରା ଘଟଣା ସିସିଟିଭିରେ କଏଦ୍ ହୋଇଛି । ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳେ ଲୁଗା ଦୋକାନ ଭିତରେ ଗ୍ରାହକ ସାଜି ଦୁଇ ଲୁଟେରା ପଶିଥିଲେ । […]

Continue Reading

ବିପଦ ସଂକେତ ଉପରେ ଜଳକା ନଦୀ

ବାଲେଶ୍ୱର: ବିପଦ ସଂକେତ ଟପିଲା ଜଳକା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀର ଜଳସ୍ତର ବଢ଼ିଛି । ବସ୍ତା ବ୍ଲକ ମଥାନୀରେ ଜଳକା ବିପଦ ସଂକେତ ୫. ୫୦ ମିଟର ଥିବା ବେଳେ ସେଠାରେ ଜଳସ୍ତର ୫.୮୦ ମିଟର ରହିଛି । ଗତକାଲି ନଦୀର ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ସୁଳିଆପଦା ଓ ଚିତ୍ରଡା ଅଂଚଳରେ ପ୍ରବଳ ବର୍ଷା ହୋଇଥିଲା । ସେଥିପାଇଁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି କୁହାଯାଉଛି […]

Continue Reading

କୃଷି ବିଲ୍‌କୁ ନେଇ ବିରୋଧ, ରାତିରେ ସଂସଦ ପରିସରରେ ବିରୋଧୀ

ନୂଆଦିଲ୍ଲୀ: କୃଷି ବିଲ୍ ପାରିତ ହେବା ପରେ ମଧ୍ୟ ରାଜ୍ୟସଭାରେ ଜାରି ରହିଛି ବିରୋଧ । କଂଗ୍ରେସ ସାଂସଦମାନେ ରାତିରେ ସଂସଦ ବାହାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଲ୍‌ରେ ଦସ୍ତଖତ ନକରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁରୋଧ କରିବାକୁ ଯିବା ବେଳେ ସୃଷ୍ଟି ହୋଇଥିଲା ଉତ୍ତେଜନା ପରିସ୍ଥିତି । କଂଗ୍ରେସ ସାଂସଦମାନେ ସଂସଦ ପରିସରରୁ ମହମବତୀ ଶୋଭାଯାତ୍ରାରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯିବା ବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀ ସେମାନଙ୍କୁ […]

Continue Reading

ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟର

ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି ପରୀକ୍ଷା । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଜିଠାରୁ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ । କିଛି ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ ଆଉ କିଛି ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି । ସେହିପରି ଉଭୟ […]

Continue Reading

ନଦୀକୁ ଖସିପଡ଼ିଲା ୩୦ ଜଣ ଯବାନଙ୍କୁ ନେଇ ଯାଉଥିବା ବସ୍

ବାଜିପୁର: ନଦୀ ଗର୍ଭକୁ ଖସିପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌ । ଛତିଶଗଡ଼ ବିଜାପୁର ଅଞ୍ଚଳରେ ନସ୍କଲ ବିରୋଧି ଅପରେସନ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଡିଆରଜି ଯବାନଙ୍କ ଗାଡ଼ି। ଏହି ବସରେ ପାଖାପାଖି ୩୦ ଜଣ ଯବାନ ଥିବା ବେଳେ ସୌଭାଗ୍ୟ ବଶତଃ ଏମାନନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତି ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ଦୁଇ ଦିନ ପୂର୍ବରୁ ନକ୍ସଲଙ୍କ ବିରୋଧରେ ଅପେରସନ୍ ପାଇଁ […]

Continue Reading