SI ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା: ୪୫ ଗିରଫ

ଆସାମ: ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିସହ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି ଆସାମ ପୋଲିସ । ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକୁମେଂଟ ଏବଂ ଡିଜିଟାଲ ପ୍ରମାଣ ପତ୍ର ଜବତ ହୋଇଛି । ପ୍ରଶ୍ନପତ୍ର ଲିକ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆସାମ ପୋଲିସ କହିଛି ।

Continue Reading

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା: ସିସିଟିଭି ଯାଂଚରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: କେମିତି ହେଲା ରାଜଧାନୀ ରାଜଭବନ ନିକଟରେ ପେଟ୍ରୋଲ ପମ୍ପ ବିସ୍ଫୋରଣ । ବିସ୍ଫୋରଣ ସମୟରେ ଟାଙ୍କି ପାଖରେ କେତେ ଜଣ ଥିଲେ । ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ କ୍ୟାପିଟାଲ ଥାନାରେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରୁ ଉଦ୍ଧାର ହୋଇଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିଛନ୍ତି। ଏହି ଫୁଟେଜ୍‌ରୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ଭାଲ୍‌ଭ ଖୋଲାଯିବା ସମୟରେ ହିଁ ଅଗ୍ନିସଂଯୋଗ ହୋଇଥିବା ସ୍ପଷ୍ଟ ହୋଇଛି।  ବିସ୍ଫୋରଣ ପୂର୍ବରୁ ପେଟ୍ରୋଲ ପମ୍ପର ଏଲ୍‌ପିଜି […]

Continue Reading

ଉତ୍ତରପ୍ରଦେଶ କନ୍ନୌଜରେ ଯୁବ-କୃଷକଙ୍କୁ ଗୁଳିମାରି ହତ୍ୟା

କନ୍ନୌଜ: ଶୁକ୍ରବାର ଦିନ ସାଦର ଅଞ୍ଚଳର ତହସିପୁର ଗ୍ରାମରେ ଜଣେ ୨୩ ବର୍ଷୀୟ ଚାଷୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଚନ୍ଦ୍ର କିଶୋର ରାଜପୁତ ତାଙ୍କ କ୍ଷେତରେ ଥିବାବେଳେ ତାଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଗୁରୁବାର ଦିନ ପୋଲିସ କହିଛି । ପୋଷ୍ଟ ମର୍ଟମ ପାଇଁ ଚାଷୀଙ୍କ ମୃତଦେହ ପଠାଯାଇଥିଲା ଏବଂ ଘଟଣାର ତଦନ୍ତ ଚାଲିଛି ବୋଲି ପୋଲିସ କହିଛି। ଏହି ସଂପର୍କରେ ଏପର୍ଯ୍ୟନ୍ତ କୋୖଣସି ଗିରଫଦାରୀ ହୋଇନାହିଁ। କନ୍ନୌଜ ବିଜେପି ସାଂସଦ […]

Continue Reading

ରାଜସ୍ଥାନରେ ପୂଜାରୀଙ୍କୁ ଜୀଅନ୍ତା ଜାଳି ହତ୍ୟା

ଜୟପୁର: ରାଜ୍ୟ ରାଜଧାନୀ ଜୟପୁର ଠାରୁ ୧୭୭ କିଲୋମିଟର ଦୂରରେ ଥିବା ରାଜସ୍ଥାନର କରୌଲି ଜିଲ୍ଲାର ଜଣେ ପୂଜାରୀଙ୍କୁ ଜମି ବିବାଦକୁ ନେଇ ଜୀଅନ୍ତା ଜାଳିଦିଆଯାଇଛି । ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରି ପରେ ଜୀଅନ୍ତା ଜଳେଇଦେବାପରେ ତାଙ୍କର ମୃତ୍ୟୁ ଘଟିଛି। ପୂଜାରୀଙ୍କର ପ୍ରାୟ ତେରଟି ବଡ (ପ୍ରାୟ ୫.୨ ଏକର) ଜମି ଥିଲା ଯାହାକି ଜିଲ୍ଲାର ଏକ ଗ୍ରାମରେ ଥିବା ରାଧା କୃଷ୍ଣ ମନ୍ଦିର ଟ୍ରଷ୍ଟର ଥିଲା । କିନ୍ତୁ ଏହି ଜମି ମୁଖ୍ୟ ପୂଜାରୀଙ୍କୁ […]

Continue Reading

ପୂଜା ଛୁଟି ପରେ ଖୋଲିବ କଲେଜ!

ଭୁବନେଶ୍ୱର : ଦୁର୍ଗାପୂଜା ଛୁଟି ପରେ ରାଜ୍ୟରେ ଖୋଲିପାରେ କଲେଜ। ରାଜ୍ୟ ସରକାର କଲେଜ ଖୋଲିବା ନିଷ୍ପତ୍ତି ନେବେ। ଶୁକ୍ରବାର ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି। କରୋନା ପାଇଁ ଦୀର୍ଘ ୭ ମାସ ଧରି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଥିପାଇଁ ପିଲାଙ୍କ ପାଠପଢ଼ା ବିଶେଷ ଭାବରେ ପ୍ରବାଭିତ ହୋଇଛି। ଏବେ କରୋନାର କାୟାରେ ସାଧାରଣ ପରିବର୍ତ୍ତନ ଆସିବା ପରେ ଏବେ ସରକାର ପିଲାଙ୍କ ଶିକ୍ଷା ପାଇଁ ସ୍କୁଲ କଲେଜଗୁଡ଼ିକୁ […]

Continue Reading

ଲାଞ୍ଚ ନେଇ ଧରାପଡିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଖରିଆର ରୋଡ ସ୍ଥିତ ଏନଏଚ୍ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୋଗ ମେହେର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଖରିଆର ରୋଡ ଅନ୍ତର୍ଗତ ଏକ ଅଞ୍ଚଳର ବାସିନ୍ଦା ସୁଶାନ୍ତ କୁମାର କୋଲାହରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଧରିଥିଲା । ଅଭିଯୋଗକାରୀଙ୍କ କହିବାନୁସାରେ, ସାଇଟ୍ ଭେରିଫିକେସନ ପାଇଁ ସେ ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଯାହାପରେ ସୁଶାନ୍ତ ଏନେଇ ଭିଜିଲାନ୍ସକୁ […]

Continue Reading

ଫୋବର୍ସ ଧନୀ ତାଲିକାରେ ମୁକେଶ ଅମ୍ବାନି ପ୍ରଥମ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୋର୍ବସ୍‌ ମାଗାଜିନ୍‌ ପକ୍ଷରୁ ୨୦୨୦ ବର୍ଷର ଧନୀ ତାଲିକା ପ୍ରକାଶ ପାଇଛି। ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନି କ୍ରମାଗତ ଭାବେ ୧୩ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଅଦାନି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିଜ୍‌ ପ୍ରତିଷ୍ଠାତା ଶିବ ନାଦର ତୃତୀୟ ସ୍ଥାନରେ ରହିଛନ୍ତି। ରାଧାକୃଷ୍ଣ ଦମାନି ଚତୁର୍ଥ, ହିନ୍ଦୁଜା ଭ୍ରାତା ପଞ୍ଚମ,  ସାଇରସ୍‌ ପୁନାୱାଲା ଷଷ୍ଠ, ପାଲୋଞ୍ଜି ମିସ୍ତ୍ରୀ ସପ୍ତମ, ଉଦୟ […]

Continue Reading

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ପୋଡ଼ିଦେଲେ ମୃତଦେହ

ମାଲକାନଗିରି: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା । ଏଭଳ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକ ଉଦୟଗିରି ଗାଁରୁ । ହତ୍ୟା କରିବା ପରେ ଦୁର୍ବୃତ୍ତ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ମଶାଣୀରେ ନେଇ ପୋଡ଼ି ଦେଇଥିଲେ । ମୃତକ ହେଲେ ଉଦୟଗିରି ଗାଁର ବାଗା କବାସୀ । ଗତକାଲି କିଛି ଲୋକ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ଘର ଆଗରେ ହତ୍ୟା କରିଥିଲେ। […]

Continue Reading

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଉଦ୍ୟାନ କୃଷି ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ତାଙ୍କ ନାଁ ରମେଶ ଚନ୍ଦ୍ର ଦାସ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି କଟକ ଭିଜିଲାନ୍ସ ଟିମ୍ । କଟକ ବିଡାନାସୀର ଜ୍ୟୋତିବିହାରରେ ଥିବା ରମେଶ ଚନ୍ଦ୍ର ଦାସଙ୍କ ଦୁଇ ମହଲା ଘର, ବିଡାନାସୀ ରୋଡରେ ଥିବା ତିନି ମହଲା କୋଠା, ସିଡିଏରେ ଥିବା […]

Continue Reading

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୬ ମାନାଙ୍କନ ଦାଖଲର ଶେଷ ଦିନ । ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୯ ତାରିଖ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ଭୋଟ୍ ନିଆଯିବ । କୋଭିଡ୍ କଟକଣା […]

Continue Reading